ପିଲା ଚୋରି ଅଭିଯୋଗରେ ଅଜଣା ବ୍ୟକ୍ତିଙ୍କୁ ନିସ୍ତୁକ ମାଡ଼


ବାଲେଶ୍ୱର : ବାଲେଶ୍ୱର ଜିଲା ବସ୍ତା ଥାନା ଅନ୍ତର୍ଗତ ଗୁଣ୍ଡୁରିମରା ଗାଁରେ ଗୁରୁବାର ଏକ ଅଭାବନୀୟ ଘଟଣା ଘଟି ଯାଇଛି । ପିଲା ଚୋରି ଅଭିଯୋଗରେ ଜଣେ ଅଜଣା ଯୁବକଙ୍କୁ ସ୍ଥାନୀୟ ଲୋକେ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଝାଡଖଣ୍ଡ ସିଂଗଭୂମି ଜିଲ୍ଲା ବହରାଗୁଡ ଅଞ୍ଚଳର ଅନିଲ କୁମାର ପାଳ,ଗୁଣ୍ଡରିମରା ଗ୍ରାମର ଗୋଟିଏ ୩ ବର୍ଷର ଝିଅ ପିଲାକୁ ଧରି ଚାଷଜମି ଦେଇ ପଳାଉଥିବା ବେଳେ ଗୋରୁ ଚରାଉଥିବା ଜଣେ ଲୋକ ଗ୍ରାମବାସୀକୁ ଖବର ଦେବାସହ ତାର ପିଛା କରିଥିଲେ । ପାଖାପାଖି୨/୩ କିଲୋମିଟର ଦୂର ବରୁଣଗଡିଆ ନିକଟରୁ ଚୋରକୁ ଧରିବା ପରେ ପିଲାକୁ ଉଦ୍ଧାର କରିଥିଲେ । ଚୋରଟିକୁ ଧରି ଉତ୍ତମ ମଧ୍ୟମ ଦେବା ପରେ ପୋଲିସକୁ ଖବର ଦେଇଥିଲେ । ବସ୍ତା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଚୋରକୁ ଥାନାକୁ ଆଣି ପଚରାଉଚରା କରୁଛି ।

Leave a Reply

Your email address will not be published. Required fields are marked *