Oops! It appears that you have disabled your Javascript. In order for you to see this page as it is meant to appear, we ask that you please re-enable your Javascript!

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟରର ଯାଞ୍ଚ କଲା ଫ୍ଲାଇଙ୍ଗ ସ୍କ୍ୱାର୍ଡ


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହେଲିକପ୍ଟରର ଯାଞ୍ଚ କରାଯାଇଛି। ନିର୍ବାଚନ ଫ୍ଲାଇଂ ସ୍କ୍ବାଡ୍‌ ମଙ୍ଗଳବାର ରାଉରକେଲାରେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ସହ ଲଗେଜ୍‌ର ମଧ୍ୟ ଯାଞ୍ଚ କରିଥିବା ସୂଚନା ମିଳିଛି। ତେବେ ଏହି ସମୟରେ ମୁଖ୍ୟମନ୍ତ୍ରୀ ହେଲିକପ୍ଟରରେ ଅପେକ୍ଷା କରିବା ସହ ଅଧିକାରୀଙ୍କୁ ଯାଞ୍ଚରେ ସହଯୋଗ କରିଥିଲେ।
ପ୍ରକାଶ ଥାଉକି, ନିର୍ବାଚନ ପ୍ରଚାର ସମୟରେ ଭାଜପା କର୍ମୀଙ୍କ ଗାଡ଼ି ଯାଞ୍ଚ କରିବା ବେଳେ କର୍ମୀମାନେ ଅଧିକାରୀଙ୍କ ସହ ପାଟିତୁଣ୍ଡ କରୁଛନ୍ତି । ଏ ନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଉଛି। ଏପରିକି ଭାଜପା ନେତାମାନେ ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଯାଞ୍ଚ କରୁଛ କି ବୋଲି ପ୍ରଶ୍ନ କରୁଛନ୍ତି। ଏପରିକି ମୁଖ୍ୟମନ୍ତ୍ରୀଙ୍କ ଗାଡ଼ି ଓ ହେଲିକପ୍ଟର ଯାଞ୍ଚ କରା ନ ଯାଇ କେବଳ ଭାଜପା କର୍ମୀଙ୍କ ଗାଡ଼ିକୁ ଯାଞ୍ଚ କରାଯାଉଛି ବୋଲି ଅଭିଯୋଗ ହୋଇ ଆସୁଥିଲା। ଏପରିସ୍ଥଳେ ମୁଖ୍ୟମନ୍ତ୍ରୀଙ୍କ ହେଲିକପ୍ଟର ଯାଞ୍ଚ ପରେ ଭାଜପା କର୍ମୀଙ୍କ ପାଟି ଚୁପ୍‌ ହୋଇଯିବ ବୋଲି ଚର୍ଚ୍ଚା ହେଉଛି।

Leave a Reply

Your email address will not be published. Required fields are marked *