ଭାରତ ପାକ ମ୍ୟାଚର ବିଜ୍ଞାପନକୁ ନେଇ ସାନିଆ ଖପ୍ପା

ନୂଆଦିଲ୍ଲୀ,୧୩।୬: ଆସନ୍ତା ରବିବାର ଦିନ ବିଶ୍ବକପ-2019ରେ ଭାରତ-ପାକିସ୍ଥାନର ମୁକାବିଲା କରୁଥିବା ବେଳେ ଉଭୟ ଦେଶରେ ସୋସିଆଲ ମିଡିଆରେ ବିଜ୍ଞାପନକୁ ନେଇ ବେଶ୍ ଚର୍ଚା ଚାଲିଛି। ମ୍ୟାଚ ପୂର୍ବରୁ ପାକିସ୍ତାନର ଏକ ପ୍ରମୋକୁ ଭାରତୀୟ ନିନ୍ଦା କରୁଥିବା ବେଳେ ପାକିସ୍ତାନକୁ ଜବାବ ଦେବାକୁ ଯାଇ ଭାରତ ପକ୍ଷରୁ ମଧ୍ୟ ଏକ ପ୍ରମୋ ପ୍ରସାରଣ ହୋଇଛି । ଯାହାକୁ ନେଇ ଦୁଇ ଦେଶରେ ବିବାଦ ସୃଷ୍ଟି ହୋଇଛି । ଏହାକୁ ଟେନିସ ଷ୍ଟାର ସାନିଆ ମିର୍ଜା ନାପସନ୍ଦ କରିଛନ୍ତି।

ଦୁଇ ଦେଶରେ କ୍ରିକେଟକୁ ନେଇ ବଢୁଥିବା ବିବାଦକୁ ନେଇ ଟିଭି ପ୍ରମୋ କେବଳ ଗୋଟିଏ ଚୁଗୁଲିଆମି ବୋଲି କହିଛନ୍ତି ସାନିଆ। ଏପରିକି ଉଭୟ ଦେଶ ମଧ୍ୟରେ ଖେଳାଯାଉଥିବା ବିଶ୍ବକପ ମେଚ୍ କୁ ନେଇ ମାର୍କେଟିଂ କରିବା ପାଇଁ ଏଭଳି ବିଜ୍ଞାପନର କୌଣସି ଆବଶ୍ୟକତା ନାହିଁ । କାହିଁକି ନା ବିଶ୍ବକପ ଆଗରୁ ଲୋକଙ୍କ ଦୃଷ୍ଚି ଆକର୍ଷଣ କରିପାରିଛି ବୋଲି କହିଛନ୍ତି ସାନିଆ ନିଜ ଟ୍ବିଟର ଆକାଉଣ୍ଟରେ ଲେଖିଛନ୍ତି । ଭାରତୀୟ ଟେନିସ ଖେଳାଳୀ ସାନିଆ ମିର୍ଜା ପାକିସ୍ତାନୀ କ୍ରିକେଟର ସୋହେବ ମଲ୍ଲିକଙ୍କୁ ବିବାହ କରିଛନ୍ତି। ଜୁନ 16ରେ ମଞ୍ଚେଷ୍ଟରରେ ଭାରତ-ପାକ ମୁକାବିଲା କରିବାକୁ ଯାଉଛି । କିନ୍ତୁ ଏହା ପୂର୍ବରୁ ପାକିସ୍ତାନରେ ଏକ ବିଜ୍ଞାପନ ପ୍ରସାରଣ କରିଥିଲା । ଯେଉଁଥିରେ ଭାରତୀୟ ୱିଂଙ୍ଗ କମାଣ୍ଡରଙ୍କ ମଜାକ ଉଡାଇଥିବାର ଦେଖିବାକୁ ମିଳିଥିଲା । ଭାରତ ପାକିସ୍ତାନ ମ୍ୟାଚକୁ ନେଇ ନକଲି ଅଭିନନ୍ଦନଙ୍କୁ ପ୍ରଶ୍ନ କରାଯାଇଛି । ଯେଉଁଥିରେ ଅବିକଳ ୱିଂଙ୍ଗ କମାଣ୍ଡର ଭଳି ଜଣେ ବ୍ୟକ୍ତି ଭାରତୀୟ ଜର୍ସି ପିନ୍ଧି ଉତ୍ତର ଦେଉଥିବାର ଦେଖିବାକୁ ମିଳିଥିଲା। ସେପଟେ ଭାରତୀୟ ବାୟୁସେନାର ୱିଂଙ୍ଗ କମାଣ୍ଡରଙ୍କୁ ନେଇ ଏଭଳି ପ୍ରଦର୍ଶନ କରିଥିବାରୁ ଭାରତ ପକ୍ଷରୁ କଡା ନିନ୍ଦା କରାଯାଇଛି । ଆଉ ଏହାର ଜବାବ ଦେବାକୁ ଯାଇ ହୋଷ୍ଟ ବ୍ରୋଡକାଷ୍ଟର ପକ୍ଷରୁ ଏକ ବିଜ୍ଞାପନ କରାଯାଇଛି । ଯେଉଁଥିରେ ଭାରତକୁ ପାକିସ୍ତାନର ବାପା ଭାବେ ଦର୍ଶାଯାଇଛି । ଯାହାକୁ ନେଇ ଉଭୟ ଦେଶରେ ନୂଆ ବିବାଦ ସୃଷ୍ଟି କରିଛି ।

Leave a Reply

Your email address will not be published. Required fields are marked *