ଗେରୁଆ ମୟ ହେଲା ମୟୂରଭଞ୍ଜ ଜିଲ୍ଲା ମାଣତ୍ରୀ ଶୈବପୀଠ

ବାରିପଦା,୧୨।୮: (ସଂଜୀବ କୁମାର ରଞ୍ଜିତ) ମୟୂରଭଞ୍ଜ ଜିଲ୍ଲା ବଡସାହି ବ୍ଳକର ମାଣତ୍ରୀ ସ୍ଥିତ ହରିହର ପୀଠ ବାବା କଖାରୁଆ ବୈଦ୍ୟନାଥ ମନ୍ଦିର ପ୍ରାଙ୍ଗଣରେ ଆଜି ହଜାର ହଜାର ଭକ୍ତଙ୍କ ଭିଡ ଜମିଥିଲା। ମନ୍ଦିର ପ୍ରାଙ୍ଗଣ ଗେରୁଆମୟ ହୋଇ ଯାଇଥଲା। ଆଜି ଶ୍ରାବଣ ମାସର ଶେଷ ସୋମବାର ହୋଇଥିବାରୁ ମୟୂରଭଂଜ,ବାଲେଶ୍ଵର, ବେଙ୍ଗଲ, ଝାରଖଣ୍ଡ ଅଞ୍ଚଳରୁ କାଉଡିଆ ମାନେ ଆସି ଶୁଦ୍ଧପୁତ ମନରେ ଦିଅଁ ଦର୍ଶନ ଓ ପୂଜାପାଠ ସହିତ ଜଳଲାଗି କରିଥିଲେ।

ବହୁ ଐତିହ ବହନ କରୁଥିବା ମାଣତ୍ରୀ ଶିବମନ୍ଦିର ୭ ଶହ ବର୍ଷରୁ ଅଧିକ ପୁରାତନ ଶୈବପୀଠ | ଐତିହାସିକ ସୂତ୍ରରୁ ଜଣାଯାଏ ପ୍ରାୟ ୧୫୫୬ ଖ୍ରୀଷ୍ଟାବ୍ଦରେ ମୟୂରଭଂଜର ତତ୍କାଳିନ ମହାରାଜା ବୈଦ୍ୟନାଥ ଭଂଜ ବାରିପଦା ଜଗନ୍ନାଥ ମନ୍ଦିର ନିର୍ମାଣ ସାଙ୍ଗକୁ ମାଣତ୍ରୀ ଶୈବ ପୀଠରେ ଦଧ୍ଵବାମନ ରୂପୀ ଜଗନ୍ନାଥଙ୍କ ମନ୍ଦିର ପ୍ରତିଷ୍ଠା କରିଥଲେ। ଏଠାରେ କଖାରୁଆ ବୈଦ୍ୟନାଥ ମହାଦେବଙ୍କ ସହିତ ଜଗନ୍ନାଥ, ଅମ୍ବିକା ଓ ବଜରଙ୍ଗବଲି ହନୁମାନଙ୍କ ମନ୍ଦିର ରହିଛି । ସେଥିପାଇଁ ବାବା ଉତ୍ତର ଓଡିଶାର ପ୍ରତ୍ୟକ୍ଷ ଦେବତା ଭାବେ ପୁଜା ପାଇ ଆସୁଛନ୍ତି |ବିଶ୍ବାସ ରହିଛି, ଶ୍ରାବଣ ମାସର ସୋମବାରରେ ବାବାଙ୍କ ମସ୍ତକରେ ପାଣି ଢାଳିଲେ ମନବାଞ୍ଛା ପୂରଣ ହୋଇଥାଏ । ସେଇଥିପାଇଁ ଶ୍ରାବଣ ମାସର ପ୍ରତି ସୋମବାରରେ ସହସ୍ରାଧିକ ଶ୍ରଦ୍ଧାଳୁ କାଉଡିଆମାନେ ମହାଦେବଙ୍କ ପୂଜା ପାଠ, ଠାକୁର ଦର୍ଶନ, ଜଳ ଲାଗି କରିବା ସହିତ ମନ୍ଦିର ବେଢା ପରିକ୍ରମା କରିଥାନ୍ତି | ମଧ୍ୟ ରାତ୍ରରୁ ଏଠାରେ ବମ୍‌ ବମ୍‌ ଭଲେ ବମ୍‌, ଜଟିଆ ଧାରି ପାର କରେଗା ଶବ୍ଦର ଉଚ୍ଚାରଣ ସହିତ ସଂକୀର୍ଭନ ଓ ଭଜନ ଆଦି ଯୋଗୁଁ ଏକ ଆଧ୍ୟାତ୍ନିକ ପରିବେଶ ସୃଷ୍ଟି ହୋଇଥାଏ । ଚଳିତ ବର୍ଷ ଅଧିକ ମହିଳା ଓ ପୁରୁଷ କାଉଡିଆ ଭକ୍ତଙ୍କ ଭିଡ ସାଙ୍ଗକୁ ସ୍ଵେଚ୍ଛାସେବକମାନଙ୍କର ଖାଦ୍ୟ ବଣ୍ଟନ, ଜଳ ଯୋଗାଣ ବେଶ୍‌ ମନମୁଗ୍ଧକର ହୋଇଥିଲା। ଶାନ୍ତି ଶ୍ଧଙ୍ଖଳା ରକ୍ଷା କରିବା ପାଇଁ ବୈଶିଙ୍ଗା ପୋଲିସ୍‌ ପକ୍ଷରୁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଥିଲା ।

Leave a Reply

Your email address will not be published. Required fields are marked *