Oops! It appears that you have disabled your Javascript. In order for you to see this page as it is meant to appear, we ask that you please re-enable your Javascript!

ବାଲେଶ୍ବରରେ ଏସି ବସରେ ଲାଗିଲା ନିଆଁ

ବାଲେଶ୍ବର,୧୨।୮: ବାଲେଶ୍ବର ଫକୀର ମୋହନ ଗୋଲେଇ ନିକଟ ବାରଜୋଜିସ୍ ପେଟ୍ରୋଲ ପମ୍ପ ନିକଟରେ ବାଲେଶ୍ବରରୁ ବ୍ରହ୍ମପୁର ଯାଉଥିବା ଏକ ବାତାନୁକୁଳିତ ଯାତ୍ରୀବାହୀ ବସରେ ଆଜି ହଠାତ୍ ନିଆଁ ଲାଗିଯାଇଥିଲା । ତେବେ ଠିକ୍ ସମୟରେ ନିଆଁ ଲାଗିବା ସଂପର୍କରେ ଜଣାପଡିଯିବାରୁ କେହି ମୃତାହତ ହୋଇନାହାଁନ୍ତି । ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଜଣାପଡିଛି ।

ସୂଚନାରୁ ଜଣାପଡିଛି ଯେ, ବାଲେଶ୍ବରରୁ ବ୍ରହ୍ମପୁର ଯାଉଥିବା ଓଡି-05ଭି-0717 ନମ୍ବର ବିଶିଷ୍ଟ ସହେନସାହା ନାମକ ଏକ ଯାତ୍ରୀବାହୀ ବସ ଭିତରେ ବାଲେଶ୍ବର ସହରର ବାରଜୋଜି ପେଟ୍ରୋଲ ପମ୍ପ ନିକଟରେ ନିଆଁ ଲାଗିଯାଇଥିଲା । ଏହି ଅଗ୍ନୀକାଣ୍ଡ ସଂପର୍କରେ ଜାଣିପାରି ଯାତ୍ରୀମାନେ ଡ୍ରାଇଭରକୁ ଅବଗତ କରିବା ପରେ ସେ ରାସ୍ତାମଝିରେ ବସଟି ଅଟକାଇଦେଇଥିଲେ । ଫଳରେ ଯାତ୍ରୀମାନେ ସୁରକ୍ଷିତ ଭାବରେ ବାହାରୁ ଚାଲିଆସିଥିଲେ । ଖବର ପାଇ ତୁରନ୍ତ ବାଲେଶ୍ବର ଦମକଳ ବାହୀନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ତେବେ ଏସି ଚେମ୍ବରରେ ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନୀକାଣ୍ଡ ଘଟିଥିବା କୁହାଯାଉଛି ।

Leave a Reply

Your email address will not be published. Required fields are marked *