Oops! It appears that you have disabled your Javascript. In order for you to see this page as it is meant to appear, we ask that you please re-enable your Javascript!

ଅସହ୍ୟ ଯନ୍ତ୍ରଣାରେ ଦିନକାଟୁଛି ତିନି ଗୋଡ଼ ଥିବା ବାଳକ

ଔପଦା,୨୫।୮: (ରଣଜିତ ମହାକୁଡ) ବାଲେଶ୍ୱର ଜିଲ୍ଲା ଔପଦା ବ୍ଲକ ବଡ଼ପୋଖରୀ ପଂଚାୟତ ବଡ଼ପୋଖରୀ ଗ୍ରାମରେ ଜଣେ ଏଗାର ବର୍ଷ ର ବାଳକର ତିନୋଟି ଗୋଡ ରହିଥିବା ଦେଖିବାକୁ ମିଳିଛି । ହେଲେ ସେ ଏହି ଗୋଡ ପାଇଁ ବହୁ ଯନ୍ତ୍ରଣା ଭୋଗ କରୁଛି । ଏହାର ଚିକିତ୍ସା ପାଇଁ ବହୁ ଅର୍ଥ ଆବଶ୍ୟକ ଥିବାବେଳେ ଦିନମଜୁରିଆ ଭାବରେ ଗୁଜୁରାଣ ମେଣ୍ଟାଉଥିବା ପିଲାଟିର ବାପାମା ଏଥିପାଇଁ ଅକ୍ଷମ ଅଛନ୍ତି ।

ସୂଚନାଯୋଗ୍ୟ ଯେ, ବଡପୋଖରୀ ଗ୍ରାମର ମଧୁସୂଦନ ବେହେରାଙ୍କ ବଡ ପୁଅ ସୁଦାମ ଚରଣ ବେହେରା । ବୟସ 11 ବର୍ଷ । ଜନ୍ମ ରୁ ସୁଦାମର ଏମିତି ତିନୋଟି ଗୋଡ ରହିଛି । କିନ୍ତୁ ବୟସ ବଢିବା ସାଙ୍ଗଙ୍କୁ ଏଇ ତୃତୀୟ ଗୋଡଟି ସୁଦାମକୁ ଅସହ୍ୟ ଯନ୍ତ୍ରଣ ଦେଉଛି, ଏବେ ଗୋଡ ଏବେ ଫାଟି ଜଟିଳ ଅବସ୍ଥାରେ ପଂହଁଚି ଗଲାଣି । ହେଲେ ସୁଦାମର ଚିକିତ୍ସା କରାଯାଇପାରୁନାହିଁ । ମଧୁସୁଦନ ଏବଂ ତାଙ୍କ ସ୍ତ୍ରୀ ସୁକୁରୀ ଦିନ ମଜୁରିଆ କାମ କରି ତାଙ୍କ ପାଂଚ ପୁଅଝିଅ – ସାତ ପ୍ରାଣୀର ଗୁଜୁରାଣ ମେଣ୍ଟାଇଥାନ୍ତି । ତାଙ୍କ ଉପାର୍ଜିତ ଅର୍ଥ ସମୁଦ୍ରକୁ ଶଙ୍ଖେ ପାଣି ସଦୃଶ ହେଉଥିବାବେଳେ ସୁଦାମର ଚିକିତ୍ସା କରିବା ପାଇଁ ସେମାନେ ସକ୍ଷମ ନାହାଁନ୍ତି ।

ସୁଦାମର ଏଭଳି ଅବସ୍ଥାକୁ ଦେଖି ସ୍ଥାନୀୟ ଲୋକେ ସଂକେତ ଟିଭିକୁ ଖବର ଦେବା ପରେ ଆମ ପ୍ରତିନିଧି ସେଠାରେ ପହଂଚି ଥିଲେ । ଗ୍ରାମବାସୀ ଏବଂ ପରିବାର ଲୋକେ ସୁଦାମର ଚିକିତ୍ସା ପାଇଁ ସହାୟତା ପ୍ରଦାନ ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି । ତେବେ ଲୋକ ପ୍ରତିନିଧି ତଥା ସରକାରୀ ଅଧିକାରୀମାନେ ଏଥିନେଇ ଦୃଷ୍ଟିଦେଇ ତୁରନ୍ତ ସୁଦାମର ଚିକିତ୍ସା କରାଗଲେ, ଅସହ୍ୟ ଯନ୍ତ୍ରଣରୁ ସୁଦାମଙ୍କୁ ମୁକ୍ତି ମିଳିପାରନ୍ତା ।

Leave a Reply

Your email address will not be published. Required fields are marked *