Oops! It appears that you have disabled your Javascript. In order for you to see this page as it is meant to appear, we ask that you please re-enable your Javascript!

ରାନୁ ମଣ୍ଡଳଙ୍କର ଭିଡିଓ ପାଇଁ କ୍ଷମା ମାଗିଲେ ପପୁ ପମ୍‌ ପମ୍‌

ଭୂବନେଶ୍ବର,୨୭।୮: ଷ୍ଟେସନରେ ଗୀତ ଗାଇ ରାତାରାତି ବଲିଉଡ଼ ଯାଏ ପହଞ୍ଚିଥିବା ରାନୁ ମଣ୍ଡଳଙ୍କର ପପୁ ନକଲ କରୁଥିବା ଏକ ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହୋଇଥିଲା। ଏଥିପାଇଁ ସମାଲୋଚିତ ହୋଇଥିବା ଓଲିଉଡ୍‌ ହାସ୍ୟ ଅଭିନେତା ପପୁ ପମ୍‌ପମ୍‌ ଓରଫ ତତ୍ତ୍ୱପ୍ରକାଶ ଶତପଥୀଙ୍କ ନାଁରେ ନିଶ୍ଚିନ୍ତକୋଇଲି ନାଗରିକ ମଞ୍ଚ ତରଫରୁ ନିଶ୍ଚିତକୋଇଲି ଥାନାରେ ଲିଖିତ ଅଭିଯୋଗ ହୋଇଛି।

ସେପଟେ ପପୁ ଗଣମାଧ୍ୟମକୁ ସଫେଇ ଦେଇ କହିଛନ୍ତି ଯେ ରାନୁଙ୍କ ଲୋକପ୍ରିୟତା ବଢାଇବା ପାଇଁ ସେ ଏହି ଭିଡିଓ କରିଛନ୍ତି। ଏହାସହ ସେ ରାନୁଙ୍କ ପ୍ରତିଭାକୁ ଖୁବ୍ ସମ୍ମାନ କରୁଛନ୍ତି ବୋଲି ସେ କରିଛନ୍ତି। ତେବେ ଏହା ଯଦି କାହାକୁ କଷ୍ଟ ହୋଇଥିବ, ମୁଁ କ୍ଷମା ମାଗୁଛି ବୋଲି ସେ କହିଛନ୍ତି ।

ପ୍ରକାଶଯୋଗ୍ୟ, ନିକଟରେ ବଲିଉଡ୍‌ର ପ୍ରସିଦ୍ଧ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ହିମେଶ୍ ରେଶମିଆଁ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ହାପି ହାର୍ଡି ଆଣ୍ଡ ହୀର୍’ରେ ରାନୁଙ୍କୁ କଣ୍ଠଦାନ କରିବାର ସୁଯୋଗ ଦେଇଛନ୍ତି। ଆଉ ତାଙ୍କ ଗୀତ ରେକର୍ଡିଂ ବେଳର ଫଟୋ ଓ ଭିଡିଓ ସାମାଜିକ ଗଣମାଧ୍ୟମରେ ଖୁବ୍ ଭାଇରାଲ୍ ହୋଇଛି। ପପୁ ତାଙ୍କର ସେହି ଭିଡିଓକୁ ନକଲ କରିଛନ୍ତି। ସେହିପରି ପପୁଙ୍କ ପାଖରେ ଜଣେ ବ୍ୟକ୍ତି ଠିଆ ହୋଇ ହିମେଶ ରେଶମିଆଁଙ୍କର ନକଲ ମଧ୍ୟ କରୁଛନ୍ତି।

Leave a Reply

Your email address will not be published. Required fields are marked *