Oops! It appears that you have disabled your Javascript. In order for you to see this page as it is meant to appear, we ask that you please re-enable your Javascript!

ରାନୁ ମଣ୍ଡଳଙ୍କୁ ୫୫ ଲକ୍ଷ ଟଙ୍କାର ଘର ଦେଲେ ସଲମାନ ଖାନ

ମୁମ୍ବାଇ ,୨୭।୮: ଷ୍ଟେସନରେ ଗୀତ ଗାଇ ରାତାରାତି ବଲିଉଡ଼ ଯାଏ ପହଞ୍ଚିଥିବା ରାନୁ ମଣ୍ଡଳଙ୍କୁ ସହାୟତାର ସୂଅ ଛୁଟିଛି। ମଣ୍ଡଳଙ୍କୁ ହିମେଶ ରେଶମିୟାଙ୍କ ପରେ ସଲମାନ୍ ଖାନ୍ ସାହାଯ୍ୟର ହାତ ବଢାଇଥିବା ଜଣାପଡ଼ିଛି। ସଲମାନ ଖାନଙ୍କ ଆଗାମୀ ଫିଲ୍ମରେ ରାନୁ ମଣ୍ଡଳଙ୍କୁ ଗୀତ ଗାଇବେ ବୋଲି ସୋସିଆଲ ମିଡ଼ିଆରେ ବୋଲି ଚର୍ଚ୍ଚା ହେଉଛି। ରାନୁ ମଣ୍ଡଳଙ୍କୁ ଗୋଟେ ବଡ଼ ଘର ସଲମାନ ଖାନ ଦେଇଛନ୍ତି ବୋଲି ମଧ୍ୟ ସୋସିଆଲ ମିଡିଆରେ ଖବର ଭାଇରାଲ ହେଉଛି।ସେହି ଘରର ଦାମ ୫୫ ଲକ୍ଷ ଟଙ୍କା ରହିଛି। ମାତ୍ର ବର୍ତ୍ତମାନ ସୁଦ୍ଧା ଏନେଇ ସଲମାନଙ୍କ ପକ୍ଷରୁ ଆନୁଷ୍ଠାନିକ ଭାବେ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ।

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗ ରେଳ ଷ୍ଟେଶନରେ ଲତା ମଙ୍ଗେସକରଙ୍କ ଏକ ଗୀତ ଗାଇ ରାନୁ ଚର୍ଚ୍ଚାକୁ ଆସିଥିଲେ। ରାନୁଙ୍କ ଏହି ଗୀତକୁ ଅତିନ୍ଦ୍ର ଚକ୍ରବର୍ତ୍ତୀ ନାମକ ଜଣେ ଯୁବକ ରେକର୍ଡ଼ିଂ କରି ସାମାଜିକ ଗଣମାଧ୍ୟମରେ ଶେୟାର କରିବା ପରେ ଏହି ଭିଡିଓ ଭାଇରାଲ ହୋଇଥିଲା। ଏହାପରେ ବଲିଉଡ଼ ସଙ୍ଗୀତ ନିର୍ଦ୍ଦେଶକ ତଥା କଣ୍ଠଶିଳ୍ପୀ ହିମେଶ ରେଶମିୟା ତାଙ୍କର ଏହି ପ୍ରତିଭା ଦେଖି ତାଙ୍କୁ ନିଜ ଆଗାମୀ ଚଳଚ୍ଚିତ୍ରରେ ଗୀତ ଗାଇବାର ସୁଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *