ଏମାର ମଠ ଉଚ୍ଛେଦ ବେଳେ ମିଳିଳା ଏକ ଚାରି ଥାକିଆ ଭୂତଳ ଘର

ଭଦ୍ରକ ,୨୯।୮: ପୁରୀରେ ଏମାର ମଠ ଉଚ୍ଛେଦ ବେଳେ ଗୁରୁବାର ଏକ ଚାରି ଥାକିଆ ଭୂତଳ ଘର ଠାବ ହୋଇଛି। ମଠର ତଳ ଭାଗରେ ଥିବା ଏହି ଘର ୩ ଶହ ବର୍ଷରୁ ଅଧିକ ପୁରୁଣା ବୋଲି ଅନୁମାନ କରାଯାଉଛି। ମଠ ଭଙ୍ଗା ଯିବା ବେଳେ ହଠାତ୍ ଏହି ଘରର ସନ୍ଧାନ ମିଳିଥିଲା।

ସୂଚନା ଅନୁସାରେ, ଏହା ଭୂତଳ ଘର ଘରେ ଖାଦ୍ୟ, ଶସ୍ୟ ସହ ଅନ୍ୟାନ୍ୟ ମୂଲ୍ୟବାନ ପଦାର୍ଥକୁ ରଖାଯାଉଥିଲା। ବର୍ଷ ବର୍ଷ ଧରି ଏହି ଘର ଗୁଡ଼ିକ ପରିତ୍ୟକ୍ତ ହୋଇ ପଡ଼ି ରହିଥିବାରୁ ସାପ ଓ ବହୁ ସଂଖ୍ୟାରେ ଚେମିଣି ଥିବା ଦେଖିବାକୁ ମିଳିଛି। ସେଥିପାଇଁ ଏହି ଘରକୁ ଭଙ୍ଗା ଯିବା ପୂର୍ବରୁ ଆଜି ସ୍ନେକ୍ ହେଲପ ଲାଇନ୍ ସଦସ୍ୟ ଭିତରକୁ ଯାଇଥିଲେ। ବହୁ ପୁରୁଣା ଘର ହୋଇଥିବାରୁ ଆଲୋକ ସଂଯୋଗ ହୋଇନାହିଁ। ଫଳରେ ଭୂତଳ ଘର ସମ୍ପର୍କରେ ସ୍ପଷ୍ଟ ସୂଚନା ହସ୍ତଗତ ହୋଇପାରିନି। ଏମାର ମଠରୁ ଭୂତଳ ଘର ମିଳିବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍କଣ୍ଠା ବଢ଼ିଛି। ବହୁ ସଂଖ୍ୟାରେ ଲୋକେ ଭୂତଳ ଘର ଦେଖିବାକୁ ପହଞ୍ଚୁଛନ୍ତି। ଏହି ମଠରେ କିଛି ବର୍ଷ ପୂର୍ବରୁ ବହୁ ସଂଖ୍ୟାରେ ରୁପା ଇଟା ମିଳିଥିବାରୁ ଏହା ସମଗ୍ର ରାଜ୍ୟରେ ଚର୍ଚ୍ଚାର କାରଣ ପାଲଟିଥିଲା। ଆଜି ସକାଳେ ଏମାର ମଠରେ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଚାରିତାଲା ବିଶିଷ୍ଟ ମଠର ଉପର ମହଲାରୁ ପ୍ରଥମେ ଉଚ୍ଛେଦ ଆରମ୍ଭ ହୋଇଥିଲା। ଉଚ୍ଛେଦ ସ୍ଥଳରେ ଉପଜିଲ୍ଲାପାଳ, ଅତିରିକ୍ତ ଜିଲ୍ଲାପାଳ ଓ ଉଚ୍ଚ ଅଧିକାରୀ ଉପସ୍ଥିତ ଥିଲେ ।ଏହା ପୂର୍ବରୁ ଗତକାଲି ମଠ ପରିସରରେ ଥିବା ଦୋକାନ ଏବଂ ମଠର ସମସ୍ତ ସାମଗ୍ରୀ ସ୍ଥାନାନ୍ତର କରାଯାଇଥିଲା। ସେହିପରି ଉଚ୍ଛେଦ ହେବାକୁ ଥିବା ବ୍ରିଟିଶ୍ ଅମଳର ରଘୁନନ୍ଦନ ଲାଇବ୍ରେରୀର ମୂଲ୍ୟବାନ ପୁସ୍ତକ ଓ ନଥିପତ୍ର ସ୍ଥାନାନ୍ତର କରାଯାଇଥିଲା।

Leave a Reply

Your email address will not be published. Required fields are marked *