Oops! It appears that you have disabled your Javascript. In order for you to see this page as it is meant to appear, we ask that you please re-enable your Javascript!

ଯୁଦ୍ଧ ପୂର୍ବରୁ ପରାଜୟ ସ୍ବୀକାର କଲା ପାକିସ୍ତାନ

ନୂଆଦିଲ୍ଲୀ,୧୫।୯ : ଯୁଦ୍ଧ ପାଇଁ ମୈଦାନରେ ଓହ୍ଲାଇବା ପୂର୍ବରୁ ପରାଜୟ ସ୍ବୀକାର କରିଛି ପାକିସ୍ତାନ ।

ଅନ୍ତରାଷ୍ଟ୍ରୀୟ ଗଣମାଧ୍ୟମ ଅଲ ଜଜିରାକୁ ଏକ ସାକ୍ଷାତ୍‌କାର ଦେଇ ପାକିସ୍ଥାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ କହିଛନ୍ତି ଯେ  ଯଦି ଉଭୟ ଦେଶ ମଧ୍ୟରେ ପାରମ୍ପରିକ ଯୁଦ୍ଧରେ ହୁଏ ତେବେ ପାକିସ୍ତାନ ହାରିଯିବ । ଭାରତକୁ ବାରମ୍ବାର ପରମାଣୁ ଯୁଦ୍ଧର ଧମକ ଦେଉଥିବା ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ନିଜ ଦେଶର ଅସକ୍ଷମତାକୁ ଚିହ୍ନି ପାରିଛନ୍ତି । ପରମାଣୁ ଯୁଦ୍ଧର ଧମକକୁ ନେଇ ଇମ୍ରାନ କହିଛନ୍ତି ଯେ, ପାକିସ୍ତାନ କେବେବି ପ୍ରଥମେ ପରମାଣୁ ଆକ୍ରମଣ କରିବ ନାହିଁ। ଯୁଦ୍ଧ ସବୁ ସମସ୍ୟାର ସମାଧାନ ନୁହେଁ। ଯୁଦ୍ଧର ପରିଣାମ କେବେବି ଭଲ ନୁହେଁ । ଯଦି ଦୁଇ ଦେଶ ପରମାଣୁ ଯୁଦ୍ଧ କରିବେ ତାହେଲେ ଦୁଇ ଦେଶ ବିନାଶ ହୋଇଯିବ ବୋଲି ସେ କହିଛନ୍ତି।

Leave a Reply

Your email address will not be published. Required fields are marked *