ଦୁଇଦିନିଆ ଓଡିଶା ଗସ୍ତରେ ଆସିବେ ରାଷ୍ଟ୍ରପତି

ବ୍ରହ୍ମପୁର,୧୮/୯: (ଶକ୍ତିଧର ରାଜଗୁରୁ) ଚଳିତ ମାସ ୨୮ ତାରିଖରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗଞ୍ଜାମ ଜିଲ୍ଲା ଗୋଳାବନ୍ଧ ସ୍ଥିତ ଆର୍ମି ଏୟାର ଡିଫେନସ କଲେଜକୁ ଗସ୍ତ କରିବାର କାର୍ଯ୍ୟକ୍ରମ ସ୍ଥିର ହୋଇଛି। ଏଠାରେ ଆୟୋଜିତ ହେବାକୁ ଥିବା କଲର ପ୍ରେଜେନଣ୍ଟେସନ କାର୍ଯ୍ୟକ୍ରମରେ ସେ ଯୋଗଦେବେ । ଏଥିପାଇଁ ଗୋଳାବନ୍ଧ ସେନା ସମେତ ଜିଲ୍ଲା ପ୍ରଶାସନ ଓ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଆରମ୍ଭ ହୋଇଛି । ଏନେଇ ଆଜି ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଛତ୍ରପୁରଠାରେ ଅନୁଷ୍ଠିତ ହୋଇଛି । ଏଥିରେ ବ୍ରହ୍ମପୁର ଏସପି ପିନାକ ମିଶ୍ରଙ୍କ ସମେତ ଆର୍ମି ଏଡି କଲେଜର କମାଣ୍ଡାଣ୍ଟ ଓ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ଯୋଗ ଦେଇଥିଲେ । ରାଷ୍ଟ୍ରପତିଙ୍କ ଗସ୍ତ କିଭଳି ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହେବ ସେନେଇ ବିସ୍ତୃତ ଭାବେ ଆଲୋଚନା ହେବା ସହ ସୁରକ୍ଷା ଦୃଷ୍ଟିକୋଣରୁ ପୋଲିସ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା କରାଯିବାକୁ ସ୍ଥିର ହୋଇଛି । ରାଷ୍ଟ୍ରପତି ରାମନାଥ କୋବିନ୍ଦ ସକାଳ ୮ଟାରୁ ୧୧ଟା ପର୍ଯ୍ୟନ୍ତ ଏଠାରେ ରହିବାର କାର୍ଯ୍ୟକ୍ରମ ରହିଛି । ତେବେ ଆସନ୍ତା ୨୭ ଓ ୨୮ ତାରିଖ ଦୁଇ ଦିନ ଧରି ରାଷ୍ଟ୍ରପତି ଓଡ଼ିଶାରେ ବିଭିନ୍ନ କାର୍ଯ୍ୟକ୍ରମ ରେ ଯୋଗଦେବେ ।

Leave a Reply

Your email address will not be published. Required fields are marked *