ଚିଟଫଣ୍ଡ ଠକେଇ ମାମଲାରେ ଆଶୀର୍ବାଦ ବେହେରା ଗିରଫ

କଟକ, ୧୯/୦୯ : ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଗିରଫ କରିଛି । ଅର୍ଥତତ୍ତ୍ଵ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଗୁରୁବାର ଭୋର ସମୟରୁ ସିବିଆଇର ଏକ ଟିମ୍‌ ଆଶୀର୍ବାଦଙ୍କ ବାସଭବନରେ ଚଢ଼ାଉ କରିଥିଲା।

ଅର୍ଥତତ୍ତ୍ଵ ଚିଟ୍‌ଫଣ୍ଡ ଠକେଇ ମାମଲାରେ ଆଶୀର୍ବାଦଙ୍କ ଲିଙ୍କ୍‌ ନେଇ ସିବିଆଇ ଏକ ମାମଲା ରୁଜୁ କରିବା ସହିତ ସ୍ବତନ୍ତ୍ର କୋର୍ଟରେ ଆଶୀର୍ବାଦଙ୍କ ନାଁରେ ଚାର୍ଜଶିଟ୍‌ ଦାଖଲ କରିଥିଲା। ଗୁରୁବାର ଭୋରରୁ ସିବିଆଇ ଆଶୀର୍ବାଦଙ୍କ ଘରେ ଚଢ଼ାଉ କରିବା ସହିତ କୋର୍ଟ ୱାରେଣ୍ଟ ବଳରେ ତାଙ୍କୁ ଗିରଫ କରିଛି। ତାଙ୍କ ସହିତ ହୋଟେଲ ମାଲିକ କମଳାକାନ୍ତ ଦାସ ମଧ୍ୟ ସିବିଆଇ ଦ୍ବାରା ଗିରଫ ହୋଇଛନ୍ତି।

Leave a Reply

Your email address will not be published. Required fields are marked *