ଆଶୀର୍ବାଦ ବେହେରାଙ୍କ ପୁଅ ସଞ୍ଜୟ ହେଲେ ଓସିଏ ସଂପାଦକ

କଟକ,୨୭।୦୯ : ଓଡିଶା କ୍ରିକେଟ ଆସୋସିଏସନ( ଓସିଏ) ନିର୍ବାଚନରେ ଆଶୀର୍ବାଦ ବେହେରାଙ୍କ ସାନପୁଅ ସଞ୍ଜୟ ବେହେରା ସମ୍ପାଦକ ପଦରେ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ବନ୍ଦ୍ବୀ ନବରଞ୍ଜନ ପଟ୍ଟନାୟକଙ୍କୁ ୨୦ ଟି ଭୋଟ ବ୍ୟବଧାନରେ ପରାସ୍ତ କରିଛନ୍ତି । ତେବେ ସଞ୍ଜୟଙ୍କୁ ୪୫ ଖଣ୍ଡ ଭୋଟ ମିଳିଥିବା ବେଳେ ବେଳେ ନିରଞ୍ଜନଙ୍କୁ ୨୫ ଖଣ୍ଡ ଭୋଟ ମିଳିଥିଲା। ତେବେ ଏହି ନିର୍ବାଚନ ରେ ସଞ୍ଜୟ ଙ୍କ ପ୍ୟାନେଲର ସମସ୍ତ ୫ଜଣ ପ୍ରାର୍ଥୀ ବିଜୟୀ ହୋଇଛନ୍ତି। ଆଶୀର୍ବାଦ ବେହେରାଙ୍କ ଗିରଫ ଦାରୀ ତାଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଥିବା ବେଳେ ବିରୋଧି ଙ୍କ ପାଇଁ ବୁମେରାଂ ହୋଇଛି।

Leave a Reply

Your email address will not be published. Required fields are marked *