ମହମ୍ମଦ ଆଝାରୁଦ୍ଦିନ ହାଇଦରାବାଦ କ୍ରିକେଟ ଆସୋସିଏସନର ସଭାପତି ନିର୍ବାଚିତ

ହାଇଦରାବାଦ,୨୮। ୦୯ : ହାଇଦରାବାଦ କ୍ରିକେଟ ଆସୋସିଏସନର ସଭାପତି ଭାବରେ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହମ୍ମଦ ଆଝାରୁଦ୍ଦିନ ନିର୍ବାଚିତ ହୋଇଛନ୍ତି। ଶୁକ୍ରବାର ଦିନ ଏଥିପାଇଁ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ସଭାପତି ପ୍ରାର୍ଥୀ ଆଝାରୁଦ୍ଦିନ୍ ୧୭୩ ଭୋଟ ପାଇଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ପ୍ରକାଶ ଚାନ୍ଦ ଜୈନ ୭୩ଟି ଭୋଟ ପାଇଛନ୍ତି। ଫଳରେ ପ୍ରଥମଥର ପାଇଁ ଆଝୁରଦ୍ଦିନ କ୍ରିକେଟ ପ୍ରଶାସନରେ ପାଦ ଦେଇଛନ୍ତି।

ସେହିପରି ଆର୍. ବିଜୟାନନ୍ଦ ଏସ୍. ଭେଙ୍କଟେଶ୍ବରନ୍‌ଙ୍କୁ ପରାସ୍ତକରି ସମ୍ପାଦକ ନିର୍ବାଚିତ ହୋଇଛନ୍ତି। ହାଇଦରାବାଦର ମୋଟ ୧୧ ଜଣ ଅବସରପ୍ରାପ୍ତ ଆନ୍ତର୍ଜାତିକ କ୍ରିକେଟ ଖେଳାଳି ଭୋଟ୍‌ଦାନ ଅଧିକାର ପାଇଛନ୍ତି।

Leave a Reply

Your email address will not be published. Required fields are marked *