Oops! It appears that you have disabled your Javascript. In order for you to see this page as it is meant to appear, we ask that you please re-enable your Javascript!

ଜୁଆ ଆଡ୍ଡାରେ ଚଢ଼ାଉ, ନଗଦ ସାଢେ ୪ଲକ୍ଷ ଟଙ୍କା ଜବତ, ୧୯ ଜୁଆଡି ଗିରଫ

ଆସ୍କା,୨୯/୯(ଶକ୍ତିଧର ରାଜଗୁରୁ) : ଗତକାଲି କୌଣସି ବିଶେଷ ସୂତ୍ରରୁ ଖବର ପାଇ ଆସ୍କା ଏସଡ଼ିପିଓଙ୍କ ନେତୃତ୍ୱରେ ଥାନା ଅଧିକାରୀ ଶ୍ରୀ ପ୍ରଶାନ୍ତ ସାହୁ ଓ ତାଙ୍କ ଟିମ ସନ୍ଧ୍ୟା ୮ଘଣ୍ଟା ସମୟରେ ଧରାକୋଟ ସ୍ଥିତ ନେଳିଆବନ୍ଧ ଶିବ ମନ୍ଦିର ପରିସରରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୧୯ ଜଣ ଜୁଆଡ଼ିଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ତାଶ ପ୍ୟାକେଟ,୨୦ଟି ମୋବାଇଲ,୫ଟି ମୋଟରସାଇକଲ ଓ ନଗଦ ୪,୬୯,୮୫୦ ଟଙ୍କା ଜବତ କରିଛି। ଆସ୍କା ପୋଲିସର ଏହି କାର୍ଯ୍ୟ ଆଗକୁ ଆସୁଥିବା ଦଶହରା ଓ କୁମାର ପୁର୍ଣିମା ପର୍ବର ପବିତ୍ରତା ବଜାୟ ରଖିବା ଉଦ୍ଧେଶ୍ୟରେ ନିଶ୍ଚିତ ସହାୟକ ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି ।

Leave a Reply

Your email address will not be published. Required fields are marked *