Oops! It appears that you have disabled your Javascript. In order for you to see this page as it is meant to appear, we ask that you please re-enable your Javascript!

ଟିୟୁସନ କରିବାକୁ ଯାଇ ଛାତ୍ରୀର ମାକୁ ନେଇ ଶିକ୍ଷକ ଫେରାର

ସୋର,୨୯।୯: ଟିୟୁସନ କରିବାକୁ ଯାଇ ପିଲାର ମାକୁ ନେଇ ଶିକ୍ଷକ ଫେରାର ହୋଇଯାଇଥିବା ଘଟଣା ବାଲେଶ୍ବର ଜିଲ୍ଲା ସୋର ଅଞ୍ଚଳରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁସାରେ, ବାଲେଶ୍ବର ଜିଲା ସୋର ଥାନା ଅଧିନ ତେଣ୍ଟେଇ ଗ୍ରାମରେ ଏହି ଘଟଣା ଘଟିଛି । ଗ୍ରାମର ବନିନ୍ଦ୍ର ମହାଳିକ ନାମକ ଜଣେ ଘରୋଇ ସ୍କୁଲର ଶିକ୍ଷକ ସେହି ଗ୍ରାମର ସପ୍ତମ ଶ୍ରେଣୀରେ ପଢୁଥିବା ଜଣେ ଝିଅକୁ ଗତ କିଛି ଦିନ ହେଲା ଟିୟୁସନ ପଢଉଥିଲେ । ଏହି ଟ୍ୟୁସନ ପଢେଇବା ସମୟରେ ତାଙ୍କର ପିଲାର ୪୦ବର୍ଷୀୟା ମା ସହିତ ଅନୈତିକ ସମ୍ପର୍କ ସ୍ଥାପନ ହୋଇଥିଲା । ତେବେ ପରିସ୍ଥିତି ଏମିତି ହେଲା ଯେ ସେ ଟ୍ୟୁସନ ପଢାଇବାକୁ ଯାଇ ଛାତ୍ରୀଙ୍କ ମାକୁ ନେଇ ଫେରାର ହୋଇଯାଇଥିଲା । ଫେରାର ମାରିଥିବା ମହିଳାଙ୍କ ସ୍ବାମୀ ସୋର ଥାନାରେ ଏନେଇ ଅଭିଯୋଗ କରିବା ପରେ ପୁଲିସ ଅଭିଯୋଗକୁ ଭିତ୍ତି କରି ୪୩୬/୧୯ରେ ଏକ ମାମଲା ରୁଜୁ କରିଥିଲା । ତେବେ ପୋଲିସ ଟିୟୁସନ ମାଷ୍ଟର ବନିନ୍ଦ୍ର ମହାଳିକକୁ ଖୋର୍ଦ୍ଧା ଅଞ୍ଚଳରୁ ଗିରଫ କରିଥିବା ବେଳେ ମହିଳାଙ୍କୁ ଆଣି ସ୍ବଧାର ଗୃହରେ ରଖିଛି।

Leave a Reply

Your email address will not be published. Required fields are marked *