ହିଟ୍ ଆଣ୍ଡ ରନ୍ କେଶ୍ ରେ ମା-ଝିଅ ମୃତ

ବାଲେଶ୍ହର , ୧।୧୦ : ବାଲେଶ୍ୱର ୬୦ନଂ. ଜାତୀୟ ରାଜପଥର ରୂପ୍‌ସା ଥାନା ଅନ୍ତର୍ଗତ ଜୁକନଣ୍ଡି ଛକଠାରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମା’ ଓ ଝିଅଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ ରୂପ୍‌ସା ଥାନା ଆଘିରିଆ ଗ୍ରାମର ରାଧାକୃଷ୍ଣ ପରିଡ଼ାଙ୍କ ସ୍ତ୍ରୀ ଅନୁପମା (୪୦) ଓ ଝିଅ ମୋନାଲିସା (୧୪)। ଦୁର୍ଘଟଣାରେ ରାଧାକୃଷ୍ଣ ସାମାନ୍ୟ ଆହତ ହୋଇଛନ୍ତି। ସୂଚନାରୁ ଜଣାପଡିଛି ଯେ, ରାଧାକୃଷ୍ଣ ବାଇକ୍‌ରେ ଅନୁପମା ଓ ମୋନାଲିସାଙ୍କୁ ନେଇ ବସ୍ତା ଅଭିମୁଖେ ଯାଉଥିଲେ। ଜୁକନଣ୍ଡି ଛକଠାରେ ତାଙ୍କ ଏକ ଅଜଣା ଗାଡି ଧକ୍କା ଦେଇ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିଲା । ଦୁର୍ଘଟଣା ଘଟାଇ ଟ୍ରକ ଖସି ପଳାଇଥିବାରୁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଲୋକେ ରାସ୍ତାରେ ମୃତଦେହ ରଖି ଆନ୍ଦୋଳନ କରିଥିଲେ। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବି ସହ ଛକ ପାର୍ଶ୍ୱରେ ଥିବା ଦୋକାନ ଉଚ୍ଛେଦ ଲାଗି ଆନ୍ଦୋଳନକାରୀ ଦାବି କରିଥିଲେ। ରୂପ୍‌ସା ଥାନାଧିକାରୀ ସୁଚନ୍ଦ୍ର ମହାଳିକ, ବସ୍ତା ଆଇଆଇସି ଧନେଶ୍ୱର ସାହୁ ପ୍ରମୁଖ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାଶୁଝା କରିବା ପରେ ରାସ୍ତାରୋକୋ ହଟିଥିଲା। ଉଲ୍ଲେଖଯୋଗ୍ୟ, ଜୁକନଣ୍ଡି ଛକଠାରେ ରାଜପଥ ପାର୍ଶ୍ୱରେ ଏକ ଢ଼ାବା ଓ ଚା’ ଦୋକାନ ଥିବାରୁ ଟ୍ରକ୍‌, ଭ୍ୟାନ୍‌ ପାର୍କିଂ କରାଯାଉଛି। ରାସ୍ତା ସଂକୀର୍ଣ୍ଣ ହେବା ଯୋଗୁ ସେଠାରେ ଯାତାୟାତରେ ସମସ୍ୟା ଦେଖାଦେଇଛି।

Leave a Reply

Your email address will not be published. Required fields are marked *