ଭୟଙ୍କର ବିସ୍ଫୋରଣରେ ଉଡିଗଲା ତିନିମହଲା କୋଠାର ଛାତ

ବାଲେଶ୍ୱର, ୩।୧୦: ବାଲେଶ୍ବର ଜିଲ୍ଲାର ଶିଳ୍ପାଞ୍ଚଳ ଥାନା ଅଚ୍ୟୁତପୁର ଗାଁର ଏକ ତିନି ତାଲା କୋଠାର ଉପର ମହଲାରେ ଆଜି ସକାଳେ ବିସ୍ଫୋରଣ ଘଟିଥବା ଜଣାଯାଇଛି। ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, କୋଠାର ଛାତ ଉଡିଯାଇଛି । କାନ୍ଥ ଦୋହଲୁଛି । ତେବେ ଏହି ବିସ୍ଫୋରଣରେ କେହି ମୃତାହତ ହୋଇନଥିବା ଜଣାପଡିଛି ।

ସୂଚନାରୁ ପ୍ରକାଶ ଯେ, ବାଲେଶ୍ୱର ଜିଲ୍ଲା ଶିଳ୍ପାଞ୍ଚଳ ଥାନା ଅନ୍ତର୍ଗତ ଅଚ୍ୟୁତପୁର ଗାଁର କାଳିଚରଣ ମହାପାତ୍ରଙ୍କ ଏକ ତିନି ତାଲା କୋଠାର ଉପର ମହଲାରେ ଶ୍ରୀଧର ମହାନ୍ତି ନାମକ ଜଣେ ମାର୍ବଲ ମିସ୍ତ୍ରୀ ରହୁଥିଲେ ବୋଲି କୁହାଯାଉଛି। ତାଙ୍କ ଘରେ ଏହି ବିସ୍ଫୋରଣ ଘଟିଥବାର ସୂଚନା ରହିଛି ମାତ୍ର ତାଙ୍କର ପତ୍ତା ମିଳୁନଥିବା କୁହାଯାଉଛି। ଏହି ଅଘଟଣ ପରେ ସେ ଫେରାର ହୋଇଯାଇଥିବା ସନ୍ଦେହ କରାଯାଉଛି । ଏହି ବିସ୍ଫୋରଣରେ ଘରର ଆସବାବପତ୍ର ଭାଙ୍ଗିରୁଜି ଯାଇଥିବା ଜଣାପଡିଛି । ହେଲେ ବିସ୍ଫୋରଣର ପ୍ରକୃତ କାରଣ ଜଣାପଡୁନଥିବାବେଳେ ବାଣ ତିଆରି ବେଳେ ଏହି ବିଷ୍ପୋରଣ ହୋଇଥିବା ସନ୍ଦେହ କରାଯାଉଛି । ରେମୁଣା ପୋଲିସ ସାଇଣ୍ଟିଫିକ୍ ଟିମ୍ ସହିତ ପହଁଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଏହି ଘଟଣାରେ ଘର ମାଲିକଙ୍କ ପୁଅ ସଜ୍ଜନ ମହାପାତ୍ରଙ୍କୁ ପୋଲିସ ଅଟକ ରଖି ତଦନ୍ତ କରୁଛି ।

Leave a Reply

Your email address will not be published. Required fields are marked *