Oops! It appears that you have disabled your Javascript. In order for you to see this page as it is meant to appear, we ask that you please re-enable your Javascript!

ଉଡିଗଲେ ଉଡନ୍ତା ଚଢେଇ ନବଜ୍ୟୋତି ପଟ୍ଟନାୟକ

ବାଲେଶ୍ୱର, ୦୪ା୧୯ : ଉଡନ୍ତା ଚଢେଇ ଉଡିଗଲେ । କଂଗ୍ରେସର ସାଂସଦ ପ୍ରାର୍ଥୀ ହୋଇଥିବା ନବଜ୍ୟୋତି ପଟ୍ଟନାୟକଙ୍କ ବିଷୟରେ ଏବେ ବାଲେଶ୍ବରର ଗଳି କନ୍ଦିରେ ଏଭଳି ଆଲୋଚନା ହେଉଛି । ନିର୍ବାଚନ ପର ଠାରୁ ମାତ୍ର କେଇ ଘଣ୍ଟା ପାଇଁ ବାଲେଶ୍ୱର ଆସିଥିଲେ । ଆଉ ତାଙ୍କର ଦେଖା ନାହିଁ । ତାଙ୍କର ଉପସ୍ଥିତି କେବଳ ସହରର ବିଭିନ୍ନ ସ୍ଥାନରେ ଲାଗୁଥିବା ହୋର୍ଡିଂରେ ସିମୀତ ରହୁଛି ।

ସାଧାରଣ ନିର୍ବାଚନରେ ସେ ବାଲେଶ୍ୱର ଲୋକସଭା ଆସନ ପାଇଁ ସେ କଂଗ୍ରେସର ପ୍ରାର୍ଥୀ ଥିଲେ । ବିଜେପିର ସାଂସଦ ପ୍ରାର୍ଥୀ ଏବଂ ବିଜେଡିର ସାଂସଦ ପ୍ରାର୍ଥୀ ଉଭୟେ ବାଲେଶ୍ୱର ଲୋକସଭା ଅଞ୍ଚଳର ସ୍ଥାୟୀ ବାସିନ୍ଦା ହୋଇଥିବାବେଳେ କଂଗ୍ରେସ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପୁତ୍ର ନବଜ୍ୟୋତି ହେଲେ ଭୂବନେଶ୍ୱରର ବାସିନ୍ଦା । ଏଥିପାଇଁ ବିଶେଷ କରି ବିଜେଡି ପ୍ରାର୍ଥୀ ରବୀନ୍ଦ୍ର ଜେନା ତାଙ୍କୁ ଉଡନ୍ତା ଚଢେଇର ଆଖ୍ୟା ଦେଇଥିଲେ । ନିର୍ବାଚନରେ ଜିତିଲେ ସେ ବାଲେଶ୍ୱରରୁ ଉଡି ଯିବେ ତାଙ୍କର ଦେଖା ମିଳିବ ନାହିଁ ବୋଲି ସେ କହିଥିଲେ । ଏହାର ଜବାବରେ ନବଜ୍ୟୋତି କହିଥିଲେ ଯେ ସେ ଉଡି ଯିବା ପାଇଁ ନୁହଁ ବରଂ ସ୍ଥାୟୀ ବସା କରିବା ପାଇଁ ବାଲେଶ୍ୱର ଆସିଛନ୍ତି । ନିର୍ବାଚନ ସରିଗଲା ପରେ ଏବେ ରବୀନ୍ଦ୍ରଙ୍କ କଥା ଅକ୍ଷରେ ଅକ୍ଷରେ ସତ ପ୍ରମାଣିତ ହୋଇଛି । ନବଜ୍ୟୋତି ଗତ ୫ ମାସ ମଧ୍ୟରେ ମାତ୍ର ଦୁଇରୁ ତିନି ଥର ବାଲେଶ୍ୱର ଗସ୍ତ କରିଛନ୍ତି । ତାହା ବି ମାତ୍ର କେଇ ଘଣ୍ଟା ପାଇଁ । ତାଙ୍କର ଉପସ୍ଥିତି ଜାହିର କରିବା ପାଇଁ ସେ ବିଭିନ୍ନ ସ୍ଥାନରେ ହୋର୍ଡି ଲଗାଇବା ସହିତ ଖବର କାଗଜରେ ବିଜ୍ଞାପନ ଦେଇ ଚାଲିଛନ୍ତି । ସାଧାରଣ ଲୋକଟିଏ ତାଙ୍କୁ ଭେଟିବାକୁ ହେଲେ ଭୂବନେଶ୍ୱର କିମ୍ବା ଦିଲ୍ଲୀ ଯିବାକୁ ପଡିବ । ଏଥିପାଇଁ ଏବେ ସବୁ ଆଡେ ଚର୍ଚା ହେଉଛି ଯେ ନବଜ୍ୟୋତି ପଟ୍ଟନାୟକ ସାଧାରଣ ଭୋଟରଙ୍କୁ ଭୁଆଁ ବୁଲାଇ ଭୋଟ୍ ହାତେଇବା ପାଇଁ ବହୁ ବିଭ୍ରାନ୍ତିକର ଭାଷଣ ଦେଉଥିଲେ । ପ୍ରକୃତରେ ସେ ଗୋଟିଏ ଉଡନ୍ତା ଚଢେଇ ଥିଲେ । ଏବେ ସେ ବାଲେଶ୍ୱରରୁ ଉଡି ଯାଇ ଅନ୍ୟତ୍ର ବସା ବାନ୍ଧିଛନ୍ତି ।

Leave a Reply

Your email address will not be published. Required fields are marked *