ନକଲି ଚୁଟି ତଳେ ବିଦେଶରୁ କିଲେରୁ ଅଧିକ ସୁନା ଆଣୁଥିଲେ ଯୁବକ

କୋଚି,୦୬।୧୦ : ବିଦେଶରୁ ସୁନା ଲୁଚାଇ ଆଣିବା ପାଇଁ କେରଳର ଏହି ଯୁବକ ଅଦ୍ଭୁତ କୌଶଳ ଆପଣାଇଛନ୍ତି । ଏହି ଜଣେ ଯୁବକ ମୁଣ୍ଡରେ ନକଲି କେଶରେ ୟୁଏଇରୁ ସୁନା ଲୁଚାଇ ନେଉଥିବା ସମୟରେ କୋଚି ବିମାନ ବନ୍ଦରରେ କଷ୍ଟମ୍‌ ଅଧିକାରୀଙ୍କ ହାତରେ ଧରାପଡ଼ିଛନ୍ତି। ତାଙ୍କ ନାଁ ନୌଶଦ। ତାଙ୍କ ଘର ମାଲାପୁରମ୍‌ ଅଞ୍ଚଳରେ।

ସୂଚନା ଅନୁଯାୟୀ, ଶୁକ୍ରବାର ସକାଳେ ସେ ୟୁଏଇରୁ ଆସି କୋଚି ବିମାନବନ୍ଦରରେ ଓହ୍ଲାଇଥିଲେ। ତାଙ୍କ ମୁଣ୍ଡ କେଶ ଷ୍ଟାଇଲ୍‌ ଦେଖି କଷ୍ଟମ୍‌ ଅଧିକାରୀଙ୍କ ସନ୍ଦେହ ହୋଇଥିଲା। ପରେ ତାଙ୍କୁ ପଚରା ଉଚରା କରି ମୁଣ୍ଡ କେଶ ଯାଞ୍ଚ୍‌ କରାଯାଇଥିଲା। ଯାଞ୍ଚ୍‌ ସମୟରେ ତାଙ୍କ ୱିଗ୍ ତଳୁ ୧.୧୩ କେଜି ସୁନା ଜବତ କରାଯାଇଥିବା କଷ୍ଟମ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ନୌଶାଦ୍‌ଙ୍କୁ ଗିରଫ କରାଯାଇଛି।

Leave a Reply

Your email address will not be published. Required fields are marked *