ଅନୈତିକ କାର୍ଯ୍ୟ ଅଭିଯୋଗରେ ଦୋକାନୀକୁ ନିସ୍ତୁକ ମାଡ

ବାଲେଶ୍ୱର ,୨।୧୨: ବାଲେଶ୍ଵର ସହରର ଓଭରବ୍ରିଜ ତଳେ ଥିବା ଏକ ଲୁଗା ଦୋକାନୀଙ୍କୁ ଜଣେ ମହିଳା ଓ ଅନ୍ୟ କିଛି ଯୁବକ ନିସ୍ତୁକ ମାଡ଼ ମାରିଥିବା ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଘଟଣା ବାଲେଶ୍ୱର ସହର ଫ୍ଲାଏ ଓଭର୍‌ ବ୍ରିଜ୍ ତଳେ ଥିବା ଏକ ଲୁଗା ଦୋକାନରେ ଏହି ଘଟଣା ଘଟିଥିବା ଜଣାପଡିଛି । ଏନେଇ ସହଦେବ ଖୁଣ୍ଟା ଥାନାରେ ଏକ ମାମଲା ରୁଜୁ ହୋଇଛି ।

ଭାଇରାଲ ଭିଡିଓ ଅନୁସାରେ, ଉକ୍ତ ଲୁଗା ଦୋକାନରେ ଭିତରେ ଲୁଗା ଦୋକାନୀ ଅନୈତିକ କାର୍ଯ୍ୟ କରୁଥିବା ଅଭିଯୋଗ ହୋଇଥିଲା । ଏହି ଘଟଣା ପ୍ରଚାରିତ ହେବାପରେ ଦୋକାନୀଙ୍କୁ ପଚରା ଉଚୁରା ପରେ ଜଣେ ମହିଳା ଓ କିଛି ଯୁବକ ତାଙ୍କୁ ଚପଲରେ ମାଡ଼ ମାରିବା ସହ ଅନ୍ୟ ଲୋକମାନେ ମଧ୍ୟ ମାଡ଼ ମାରିଥିବା ଦେଖିବାକୁ ମିଳିଛି। ତେବେ ଏହି ଘଟଣା ଏବେ ବାଲେଶ୍ଵର ସହରରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି।

Leave a Reply

Your email address will not be published. Required fields are marked *