ବିଦେଶୀ ମଦ ଦୋକାନରେ ଲଗାଇଲେ ନିଆଁ

ବ୍ରହ୍ମପୁର,୨୬।୧୨: (ଶକ୍ତିଧର ରାଜଗୁରୁ) ପୁଣି ମଦ ବିରୋଧରେ ତାତିଲେ ମହିଳା । ଗଂଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ଏ.ବରିଡା ଗାଁର ମୁଖ୍ୟ ସଡକ ଉପରେ ଥିବା ବିଦେଶୀ ମଦ ଦୋକାନରେ ଆନ୍ଦୋଳନକାରୀମାନେ ନିଆଁ ଲଗାଇଦେଇଥିଲେ । ଅନେକ ବର୍ଷ ଧରି ଏହି ବିଦେଶି ମଦ ଦୋକାନ ପାଇଁ ଲୋକମାନେ ଅତିଷ୍ଠ ହୋଇପଡିଥିବା ବେଳେ ଗାଁରେ ତାର ଅସନ୍ତୋଷ ବୁଧବାର ରାତିରେ ଦେଖିବାକୁ ମିଳିଥିଲା। ଗାଁର ଶହଶହ ମହିଳା ଓ ପୁରୁଷ ମେଳି ବାନ୍ଧି ଆନ୍ଦୋଳନ କରିବା ସହ ବିଦେଶି ମଦ ଦୋକାନରେ ନିଆଁ ଲଗାଇ ଦେଇଥିଲେ। ଏମିତି କି ପୁଣି ଯଦି ଗାଁରେ ମଦ ବିକ୍ରି କରାଯାଏ ତେବେ ପୁଣି ମଦ ବନ୍ଦ କରାଯିବ ବୋଲି ଗାଁ ଲୋକେ କଡା ଚେତାବନି ଦେଇଛନ୍ତି । ସେପଟେ କବିସୂର୍ଯ୍ୟନଗର ଓ ବାଲିଛାଇ ପୋଲିସ ପହଁଚି ଲୋକଙ୍କୁ ବୁଝାସୁଝା ପରେ ସେମାନେ ଆନ୍ଦୋଳନରୁ ଓହରିଥିଲେ ।

Leave a Reply

Your email address will not be published. Required fields are marked *