କଳାହାଣ୍ଡି ଉତ୍ସବ ପାଇଁ ନୌଚାଳନା ଓ ତୀର ଚାଲନା ପ୍ରତିଯୋଗିତା

ଭବାନୀପାଟଣା, ୪।୧: ( ନିକୁଞ୍ଜ ଚଳାନ) କଳାହାଣ୍ଡି ଜିଲ୍ଲା ମହୁଲ ପାଟଣା ଠାରେ କଳାହାଣ୍ଡି ଉତ୍ସବ ୨୦୨୦ ପାଇଁ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ପକ୍ଷରୁ ନୌଚାଳନା ଓ ତୀର ଚାଲନା ପ୍ରତିଯୋଗୀତା ଅନୁଷ୍ଠିତ ହୋଇଛି । ଏହାକୁ ଲାଞ୍ଜିଗଡ଼ ବିଧାୟକ ପ୍ରଦୀପ ଦିଶାରୀ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଉଦଘାଟନ କରିଥିଲେ । ପ୍ରତିଯୋଗିତାରେ  5 ଯୋଡି  ନୌଚାଳକ ଭାଗ ନେଇ ଥିବା ବେଳେ ତୀର ଚାଳନାରେ 45 ଜଣ ପ୍ରତିଯୋଗୀ ଭାଗ ନେଇ ଥିଲେ ।  ନୌଚାଳନାରେ ରେ ସାନ ଛତ୍ରଙ୍ଗର ପରୀକ୍ଷିତ ମାଝୀ ଓ ସୁନୀଲ ମାଝୀ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ତୀର ଚାଳନାରେ  ଉପର ଛୋର ବାରି ର ମନୀନ୍ଦ୍ର ମାଝୀ  ପ୍ରଥମ  ସ୍ଥାନ ଅଧିକାର କରିଥିଲେ । ଏହା ନେଇ ବୁଡି ଅଞ୍ଚଳର ଆଦିବାସୀ ଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଥିଲା । ମୁଖ୍ୟ ଅତିଥି ପ୍ରତିଯୋଗୀ ମାନଂକୁ ପୁରସ୍କୃତ କରିବା ସହିତ  ଏହି ପ୍ରତିଯୋଗୀତା କୁ ଆହୁରି ଉନ୍ନତ ମାନରର କରାଯିବ  ସେଥି ପ୍ରତି ଦୃଷ୍ଟି ଦିଆଯିବ ବୋଲି ମତ ପ୍ରକାଶ କରିଥିଲେ ।

Leave a Reply

Your email address will not be published. Required fields are marked *