ନୀଳଗିରିରେ ବିଜୟା ବନ୍ଧୁମିଳନ ଉତ୍ସବ

ନୀଳଗିରି,୬।୧: ବାଲେଶ୍ଵର ଜିଲ୍ଲା ନୀଳଗିରି ଡାକବଙ୍ଗଳା ପରିସରରେ ବିଜୟା ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ  ହୋଇଯାଇଅଛି।  ସୋମବାର ସକାଳୁ ବନ୍ଧୁମିଳନ କମିଟିର ସଭାପତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ ଓ  ବିଧାୟକ ସୁକାନ୍ତ ନାୟକ ଏହାକୁ ଅନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ସ୍ୱାଗତ ସମ୍ବର୍ଦ୍ଧନା ଉତ୍ସବ ପରେ ଶସ୍ତ୍ର ପୂଜନ କରାଯାଇଥିଲା। ପରେ ଆଦିବାସୀ , ଓଡ଼ିଶୀ, ଚାଙ୍ଗୁ ନୃତ୍ୟ, ସଂସ୍କୃତ ନୃତ୍ୟ, ଗୋଟିପୁଅ ନୃତ୍ୟ,ଛଉ ନୃତ୍ୟ, ଘୁମୁରା ନୃତ୍ୟ , ଭଜନ ସନ୍ଧ୍ୟା, ଅନୁଷ୍ଠିତ ହୋଇଅଛି। ସନ୍ଧ୍ୟାରେ ଅନୁଷ୍ଠିତ ଧର୍ମସଭା କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଷି ଲାଲ ଯୋଗ ଦେଇଥିଲେ ।

Leave a Reply

Your email address will not be published. Required fields are marked *