ସନ୍ତରାଗଡ଼ିଆ ଡାକ୍ତରଖାନା ଆଗରେ ବିଜେପିର ଧାରଣା

ନୀଳଗିରି,୧୭/୧ ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ସନ୍ତରାଗଡ଼ିଆ ପ୍ରାଥମିକ ଚିକିତ୍ସାଳୟ ରେ ବିଭିନ୍ନ ଅବ୍ୟବସ୍ଥା ନେଇ ଅଭିଯୋଗ ହୋଇ ଆସିଥିଲା।ହେଲେ କୌଣସି ସୁଧାର ନଆସିବାରୁ ବିଜେପି ଦଳ ତରଫରୁ ପ୍ରତିକାର ନହେଲେ ଆନ୍ଦୋଳନ ଚେତାବନୀ ଦିଆଯାଇଥିଲା।ଔପଦା ବ୍ଲକ ଅଧିନ ରେ ଥିବା ସନ୍ତରାଗଡ଼ିଆ ପ୍ରାଥମିକ ଚିକିତ୍ସାଳୟ ଉପରେ ପାଞ୍ଚୋଟି ପଂଚାୟତ ର ହଜାର ହଜାର ପରିବାର ସ୍ୱାସ୍ଥ୍ୟ ସେବାପାଈଁ ନିର୍ଭର କରିଥାନ୍ତି। ହେଲେ ଏହି ଡାକ୍ତରଖାନା ରେ ଏବେ ସ୍ୱାସ୍ଥ୍ୟ ସେବା ବିପର୍ଯ୍ୟସ୍ତ ହୋଇପଡିଛି। ସ୍ଥାୟୀ ଡାକ୍ତର ଓ ଫାର୍ମାସିଷ୍ଟ ନିଯୁକ୍ତି , ଡାକ୍ତର ବାସଭବନରେ ରହିବା, ଗୃହ ନିର୍ମାଣ ଦାବି ନେଇ ଆଜି ବିଜେପି ପଂଚଲିଙ୍ଗେଶ୍ୱର ମଣ୍ଡଳ ତରଫରୁ ଡାକ୍ତରଖାନା ଆଗରେ ଗଣ ଧାରଣା ଦିଆଯାଇଛି।ଯେ ପର୍ଯ୍ୟନ୍ତ ଦାବି ପୂରଣ ନ ହୋଇଛି ସେ ପର୍ଯ୍ୟନ୍ତ ଧାରଣା ଚାଲୁ ରହିବ ବୋଲି ଚେତାବନୀ ଦିଆଯାଇଛି।

Leave a Reply

Your email address will not be published. Required fields are marked *