ଭୁବନେଶ୍ବର-ସୁରତ ମଧ୍ୟରେ ବିମାନ ସେବା ଆରମ୍ଭ

ଭୁବନେଶ୍ବର,୨୦।୧: (ତପନ ସ୍ବାଇଁ) ଆଜିଠାରୁ ଭୁବନେଶ୍ବର-ସୁରତ ମଧ୍ୟରେ ସିଧାସଳଖ ବିମାନ ସେବା ଆରମ୍ଭ ହୋଇଛି।   ଆଜି ସକାଳ ୮ଟା ୪୦ରେ ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନ ବନ୍ଦରରୁ ଏୟାର ଇଣ୍ଡିଆର ଏୟାର ବସ୍-୩୨୦ ବିମାନ  ୮୧ ଯାତ୍ରୀଙ୍କୁ ନେଇ ଯାତ୍ରା ଆରମ୍ଭ କରିଥିଲା। ଏହା ସକାଳ ୧୦ଟା ୪୦ରେ ସୁରତ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଥିବା ଜଣାପଡିଛି । ଏହି ବିମାନ ସପ୍ତାହକୁ ଦୁଇ ଦିନ ସୁରଟରୁ ଭୁବନେଶ୍ୱରକୁ ସିଧା ବିମାନ ଚଳାଚଳ କରିବ । ସୋମବାର ଓ ଗୁରୁବାର ଭୁବନେଶ୍ୱରରୁ ସୁରଟକୁ ବିମାନ ଯିବ ସେହିପରି ସୁରଟରୁ ଶୁକ୍ରବାର ଓ ରବିବାର ଭୁବନେଶ୍ୱରକୁ ଆସିବ। ତେବେ ଏହି ବିମାନ ଭୁବନେଶ୍ବର, ସୁରତ ବ୍ୟତୀତ ବେଙ୍ଗାଲୁରୁ ଦେଇ ଯାତ୍ରା କରିବ। ସୁରତରେ ରହୁଥିବା ବହୁ ସଂଖ୍ୟକ ଓଡ଼ିଆ, ଦୁଇ ସହର ମଧ୍ୟରେ ବିମାନ ଉଡ଼ାଣ ଆରମ୍ଭ ପାଇଁ ଦୀର୍ଘ ଦିନ ହେବ କରିଆସୁଥିବା ଦାବି ଶେଷରେ ପୂରଣ ହୋଇଛି। ସୁରତ ପରେ ଭୁବନେଶ୍ୱରରୁ ବାରାଣସୀକୁ ସିଧାସଳଖ ଉଡ଼ିବ ବିମାନ। ଫେବୃଆରୀ ୨୯ ତାରିଖରୁ ଏହି ବିମାନ ସେବା ଆରମ୍ଭ ହେବ ବୋଲି ଜଣାପଡିଛି।

Leave a Reply

Your email address will not be published. Required fields are marked *