ସିଏଏ ଉପରେ ତୁରନ୍ତ ରୋକ୍ ଲଗାଇବା ପାଇଁ ମନା କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୨।୧: ନାଗରିକତା ସଂଶୋଧନ ଆଇନ ସଂକ୍ରାନ୍ତ ୧୪୪ଟି ଆବେଦନ ଉପରେ ବୁଧବାର ଦିନ ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି ।  ଏହାର ଶୁଶାଣି କରି ୪ସପ୍ତାହ ଭିତରେ ନିଜର ଜବାବ ଦାଖଲ କରିବା ପାଇଁ ସୁପ୍ରିମକୋର୍ଟ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ ସିଏଏକୁ ଚ୍ୟାଲେଞ୍ଜ କରି ଦେଶର ବିଭିନ୍ନ ହାଇକୋର୍ଟରେ କରି ଏକାଧିକ ପିଟିଶନ ଦାଖଲ କରାଯାଇଛିଥିଲା। ଏସବୁ ପିଟିଶନକୁ ସୁପ୍ରିମକୋର୍ଟକୁ ସ୍ଥାନାନ୍ତର କରି ଏକାସାଙ୍ଗରେ ଶୁଣାଣି କରିବାକୁ କେନ୍ଦ୍ର ସରକାର ନିବେଦନ କରିଥିଲେ। ସୁପ୍ରିମକୋର୍ଟ ୨୨ ତାରିଖରେ କେନ୍ଦ୍ର ସରକାରଙ୍କ ପିଟିଶନ ସମେତ ସିଏଏ ସମ୍ବନ୍ଧୀୟ ସମସ୍ତ ପିଟିଶନର ଶୁଣାଣି କରିବେ ବୋଲି ଘୋଷଣା କରିଥିଲେ। । ଆଜି ସିଏଏର ସମ୍ବିଧାନିକ ବୈଧତାକୁ ନେଇ ମୁଖ୍ୟ ବିଚାରପତି ଜଷ୍ଟିସ ଏସଏ ବୋବଡେଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ ଏସ ଅବଦୁଲ ନଜିର ଏବଂ ସଞ୍ଜୀବ ଖାନ୍ନାଙ୍କୁ ନେଇ ଗଠିତ ତିନି ଜଣିଆ ଖଣ୍ଡପୀଠ ମାମଲାର ଶୁଣାଣି କରିଛନ୍ତି । ଶୀର୍ଷ ଅଦାଲତ ସମସ୍ତ ଯାଚିକାରେ କେନ୍ଦ୍ର ସରକାରଙ୍କୁ ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣି ସମୟରେ ସିଏଏକୁ ଚ୍ୟାଲେଞ୍ଜ କରିଥିବା ପକ୍ଷର ଯୁକ୍ତି ବାଢି ବରିଷ୍ଠ ଆଇନ୍‌ଜୀବି କପିଲ ସିବଲ ଏହାର ଶୁଣାଣି ପାଇଁ ସମ୍ବିଧାନିକ ପୀଠ ଗଠନ କରିବାକୁ ସର୍ବୋଚ୍ଚ ଅଦାଲଙ୍କୁ କହିଥିଲେ। ଏହା ସହିତ ମାମଲାର ଶୁଣାଣି ନହେବା ପର୍ଯ୍ୟନ୍ତ ସିଏଏ ଉପରେ ରୋକ ଲଗାଇବାକୁ ଆବେଦନ କରିଥିଲେ। ହେଲେ କୋର୍ଟ ସିଏଏ ଏବଂ ଏନପିଆର ପ୍ରକ୍ରିୟା ଉପରେ ରୋକ ଲଗାଇବାକୁ ମନା କରିଦେଇଛନ୍ତି। ସରକାରଙ୍କ ପକ୍ଷ ନଶୁଣି ଆମେ କୌଣସି ଆଦେଶ ଦେଇପାରିବୁ ନାହିଁ ବୋଲି ଅଦାଲତ କହିଛନ୍ତି।ଏହା ସହିତ ସୁପ୍ରିମକୋର୍ଟ ଆବେଦନର ଶୁଣାଣି ପାଇଁ ସାମ୍ବିଧାନିକ ପୀଠ ଗଠନ କରିବାର ସଙ୍କେତ ଦେଇଛନ୍ତି। ଏହି ପୀଠ ମାମଲାର ଶୁଣାଣି ପାଇଁ ଅନୁସୂଚୀ ପ୍ରସ୍ତୁତ କରିବେ। ଅନ୍ତରୀଣ ଆଦେଶ ପାଇବାର 5 ସପ୍ତାହ ପରେ ମାମଲାର ଶୁଣାଣି କରିବ ବୋଲି କୋର୍ଟ କହିଛନ୍ତି।

Leave a Reply

Your email address will not be published. Required fields are marked *