ବାହାଘର ଭୋଜି ଖାଇ ୧୫୦ରୁ ଅଧିକ ଲୋକ ଅସୁସ୍ଥ

ବାରିପଦା,୨୮।୧: ( ସଂଜିତ କୁମାର ରଣଜିତ )ବାରିପଦା ଷ୍ଟେସନ ବଜାର ଅଞ୍ଚଳରେ ଗତକାଲି ରାତିରେ ଏକ ବାହାଘର ଭୋଜି ଖାଇ 150ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡ଼ିଥିଲେ।  

ସୂଚନା ଅନୁସାରେ, ସୋମବାର ରାତିରେ ବାରିପଦା ଷ୍ଟେସନ ବଜାରର ଏକ ମଣ୍ଡପରେ ଝିଅ ବାହାଘର ହେଉଥିଲା । ବାରିପଦା ସହର ର ତୁଳସୀ ଚଉରା ଅଞ୍ଚଳରୁ ବରଯାତ୍ରୀ ଆସିଥିଲେ । ତେବେ ବିବାହ ଭୋଜି ଖାଇବା ପରେ ଉଭୟ ବରଯାତ୍ରୀ ଏବଂ କନ୍ୟା ପକ୍ଷର ଅନେକଙ୍କୁ ପେଟ ବ୍ୟଥା ଏବଂ ମୁଣ୍ଡ ବୁଲାଇ ବାରୁ ମଧ୍ୟରାତ୍ରରେ ବାରିପଦା ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ରେ ଭର୍ତ୍ତି କରାଯାଇଥିଲା । ତେବେ ବୟସ୍କ ବ୍ୟକ୍ତିମାନଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ଛାଡି ଦିଆଯାଇଥିବା ବେଳେ ୫୦ ରୁ ଉର୍ଦ୍ଧ୍ବ ଛୋଟ ଛୁଆ ଡାକ୍ତରଖାନା ରେ ଚିକିତ୍ସିତ ହେଉଥିବା ଜଣାପଡିଛି । ତେବେ ମୟୁରଭଂଜ ଜିଲ୍ଲା ଗସ୍ତରେ ଥିବା ବିଜେପି ରାଜ୍ୟସଭାପତି ସମୀର ମହାନ୍ତି ଅସୁସ୍ଥଙ୍କୁ ମେଡିକାଲରେ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।

Leave a Reply

Your email address will not be published. Required fields are marked *