ରାସ୍ତା କଡକୁ ଓଲଟିଲା ଆମ୍ବୁଲାନ୍ସ , ୩ ଆହତ

ଜଳେଶ୍ବର,୨୮।୧: ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅସ୍ତର୍ଗତ ଭେଲୋରା ଛକ ନିକଟରେ ସୋମବାର ବିଳମ୍ବିତ ରାତିରେ ଜନନୀ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଆମ୍ବୁଲାନ୍ସର ଡ୍ରାଇଭର ସମେତ ୩ ଜଣ ଆହତ ହୋଇଥିଲେ।

ସୂଚନା ଅନୁସାରେ, ଗତକାଲି ବିଳମ୍ବିତ ରାତିରେ ଏହି ୧୦୨ ଜନନୀ ଏକ୍ସପ୍ରେସ୍‌ ଜଣେ ରୋଗୀଙ୍କୁ ବାଲେଶ୍ୱର ହସ୍ପିଟାଲରେ ଛାଡ଼ି ଭୋଗରାଇ ଫେରୁଥିଲା। ଏହି ସମୟରେ ୧୬ ନମ୍ବର ଜାତୀୟ ରାଜପଥର ଭେଲୋରା ନିକଟରେ ଆମ୍ବୁଲାନ୍ସ ଡ୍ରାଇଭର ଗାଡି ଉପରୁ ନିୟନ୍ତ୍ରଣ ହରାଇଥିଲେ। ଫଳରେ ଗାଡିଟି ରାସ୍ତା କଡକୁ ଓଲଟି ପଡିଥିଲା । ଏଥିରେ ଆମ୍ବୁଲାନ୍ସର ଡ୍ରାଇଭର ସମେତ ୩ ଜଣ ଆହତ ହୋଇଥିଲେ। ଗୁରୁତର ଅବସ୍ଥାରେ ସେମାନଙ୍କୁ ବାଲେଶ୍ୱର ମେଡିକାଲରେ ଭର୍ତ୍ତି କରାଯାଇଥିଲା। ଆମ୍ବୁଲାନ୍ସର ଡ୍ରାଇଭଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚିକିତ୍ସା ପାଇଁ କଟକ ସ୍ଥାନାନ୍ତର କରାଯାଇଛି।

Leave a Reply

Your email address will not be published. Required fields are marked *