ରୋମାଞ୍ଚକ ତୃତୀୟ ଟି-୨୦ ମ୍ୟାଚରେ ଭାରତ ବିଜୟୀ

ହାମିଲଟନ,୨୯।୧: ହାମିଲଟନରେ ସେଡ୍ଡନ ପାର୍କରେ ଅନୁଷ୍ଠିତ ୩ୟ ଟି-୨୦ ମ୍ୟାଚରେ ଭାରତ ବିଜୟୀ ହୋଇଛି । ସୁପର ଓଭରରେ ଭାରତ ଏହି ବିଜୟ ହାସଲ କରିଛି । ଭାରତ ନ୍ୟୁଜିଲ୍ଲାଣ୍ଡ ଆଗରେ ୧୭୯ ରନର ଲକ୍ଷ୍ୟ ଧାର୍ଯ୍ୟ କରିଥିଲା । ଏହାର ଜବାବରେ ନ୍ୟୁଜିଲାଣ୍ଡ ଦଳ ୨୦ ଓଭରରେ ଛଅଟି ଓ୍ଵିକେଟ ହରାଇ ୧୭୯ ରନ ସଂଗ୍ରହ କରିଥିଲା । ଏହା ପରେ ସୁପର ଓଭର ଅନୁଷ୍ଠିତ ହୋଇଥିଲା । ଏଥିରେ ପ୍ରଥମେ ବ୍ୟାଟିଂ କରି ନ୍ୟୁଜିଲାଣ୍ଡ ଗୋଟିଏ ଓଭରରେ 17 ରନ ସଂଗ୍ରହ କରିଥିଲା । ଭାରତର ସଲାମି ଯୋଡି ରୋହିତ ଶର୍ମାଙ୍କ ଲଗାତାର ଦୁଇଟି ଛକା ବଳରେ ଟିମ୍ ଇଣ୍ଡିଆ ବିଜୟ ହାସଲ କରିଥିଲା ।

ଆଜି ମ୍ୟାଚରେ ନ୍ୟୁଜିଲାଣ୍ଡ ଦଳ ଟସ ଜିଣି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ଭାରତ ପକ୍ଷରୁ ବ୍ୟାଟିଂ ଓପନ କରିଥିବା ରୋହିତ ଶର୍ମା ଓ ଲୋକେଶ ରାହୁଲ ଭଲ ମୂଳଦୂଆ ପକାଇଥିଲେ । ଉଭୟ ପ୍ରଥମ ଓ୍ଵିକେଟରେ ୮୯ ରନ ସଂଗ୍ରହ କରିଥିଲେ । କିନ୍ତୁ ଏହା ପରେ ଦଳ ମାତ୍ର ୭ ରନ ବ୍ୟବଧାନରେ ୩ଟି ଓ୍ଵିକେଟ ହରାଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା । ଦଳର ସ୍କୋର ୮୯ ରନ ହୋଇଥିବାବେଳେ ରାହୁଲ ଓ ୯୪ ରନ ବେଳେ ରୋହିତ ଓ ୯୬ ରନ ବେଳେ ଶିଭମ ଦୁବେ ଆଉଟ ହୋଇଥିଲେ । ତେବେ ଅଧିନାୟକ ବିରାଟ କୋହଲି ଓ ଶ୍ରେୟସ ଆୟର ଉପଯୋଗୀ ଇନିଂସ ଖେଳି ଦଳକୁ ବିପଦରୁ ଉଦ୍ଧାର କରି ଏକ ସମ୍ମାନଜନକ ସ୍କୋର ଛିଡ଼ା କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ହାମିଶ ବେନେଟ ୫୪ ରନ ଦେଇ ୩ଟି ଓ୍ଵିକେଟ ନେଇଥିଲେ ।

ଜବାବରେ ନ୍ୟୁଜିଲାଣ୍ଡ ଦଳ ୨୦ ଓଭରରେ ଛଅଟି ଓ୍ବିକେଟ ହରାଇ ୧୭୯ ରନ ସଂଗ୍ରହ କରିଥିଲା । ଫଳରେ ମ୍ୟାଚଟି ଡ୍ର ହୋଇଥିଲା । ଏହାପରେ ଅନୁଷ୍ଠିତ ସୁପର ଓଭରରେ ଭାରତ ବିଜୟୀ ହୋଇଥିଲା ।

Leave a Reply

Your email address will not be published. Required fields are marked *