ସୁପର ଓଭରରେ ନ୍ୟୁଜିଲାଣ୍ଡଠାରୁ ପୁଣି ଜିତିଲା ଭାରତ

ଓ୍ବେଲିଂଟନ,୩୧।୧- ଭାରତ ପୁଣିଥରେ ସୁପର ଓଭରରେ ନ୍ୟୁଜିଲାଣ୍ଡକୁ ପରାଜିତ କରିଛି । ପୂର୍ବ ମ୍ୟାଚ୍‌ ଭଳି ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯାଇଥିବା ଚତୁର୍ଥ ଟି୨୦ ମ୍ୟାଚ୍‌ ମଧ୍ୟ ସୁପର ଓଭରରେ ପ୍ରବେଶ କରିଥିଲା। ସୁପର ଓଭରରେ ନ୍ୟୁଜିଲାଣ୍ଡ ଦଳ ପାଇଁ ଟିମ ସାଇଫର୍ଟ ଓ କଲିନ ମୁନ୍‌ରୋ ବ୍ୟାଟିଂ କରିଥିଲେ। ଭାରତ ପକ୍ଷରୁ ଯଶପ୍ରୀତ ବୁମରା ବୋଲିଂ ଭାର ସମ୍ଭାଳିଥିଲେ। ପ୍ରଥମ ୩ ବଲରେ ସାଇଫର୍ଟଙ୍କ ଦୁଇଟି କ୍ୟାଚ୍‌ ହାତ ଛଡ଼ା କରିଥିଲେ ଭାରତୀୟ ଖେଳାଳି। ଏହି ୩ ବଲରେ ନ୍ୟୁଜିଲାଣ୍ଡ ୮ ରନ୍‌ କରିଥିଲା। ଚତୁର୍ଥ ବଲରେ ସାଇଫର୍ଟ ବାଉଣ୍ଡ୍ରି ଅଞ୍ଚଳରେ କ୍ୟାଚ୍‌ ଆଉଟ୍‌ ହୋଇଥିଲେ। ୫ମ ବଲକୁ ମୁନ୍‌ରୋ ଚୌକା ଲଗାଇଥିଲେ। ମାତ୍ର ଅନ୍ତିମ ବଲରେ ଦଳ ୧ ରନ୍‌ କରିପାରି ନ ଥିଲା। ଏହାର ଜବାବରେ କେଏଲ ରାହୁଲ ଧୁଆଁଧାର ବ୍ୟାଟିଂ କରି ତିନୋଟି ବଲରେ 10 ରନ ସଂଗ୍ରହ କରିଥିବାବେଳେ ବିରାଟ କୋହଲି ଦୁଇଟି ବଲରେ 6ରନ କରି ଗୋଟିଏ ଓଭରରେ 16 ରନ ସଂଗ୍ରହ କରି ଦଳକୁ ବିଜୟୀ କରିଥିଲେ ।ପ୍ରଥମେ ବ୍ୟାଟିଂ କରିଥିବା ଭାରତ ୨୦ ଓଭରରେ ୮ ଉଇକେଟ ହରାଇ ୧୬୫ ରନ୍‌ କରିଥିଲା। ଜବାବରେ ଘରୋଇ ନ୍ୟୁଜିଲାଣ୍ଡ ଶେଷ ପର୍ଯ୍ୟନ୍ତ ଖେଳି ୬ ଉଇକେଟ ହରାଇ ସମାନ ସଂଖ୍ୟକ ରନ କରିବାକୁ ସକ୍ଷମ ହୋଇଥିଲେ।

Leave a Reply

Your email address will not be published. Required fields are marked *