ପ୍ରଥମ ଏକଦିବସୀୟ ମ୍ୟାଚରେ ନ୍ୟୁଜିଲାଣ୍ଡଠାରୁ ଭାରତ ପରାସ୍ତ

ହାମିଲଟନ, ୫।୨: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ହାମିଲଟନ ସେଡନ ପାର୍କଠାରେ ଅନୁଷ୍ଠିତ ଏକଦିବସୀୟ ମ୍ୟାଚରେ ନ୍ୟୁଜିଲାଣ୍ଡ ଭାରତକୁ ୪ ଓ୍ଵିକେଟରେ ପରାସ୍ତ କରିଛି ।

ନ୍ୟୁଜିଲାଣ୍ଡ ଦଳ ଟସ ଜିଣି ଭାରତକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲା । ପ୍ରଥମେ ବ୍ୟାଟିଂ କରି ଭାରତୀୟ ଦଳ ନିର୍ଦ୍ଧାରିତ ୫୦ ଓଭରରେ ୪ ଓ୍ଵିକେଟ ହରାଇ ୩୪୭ ରନ ସଂଗ୍ରହ କରିଥିଲା । ଦଳ ପକ୍ଷରୁ ଶ୍ରେୟାସ ଆୟାର ୧୦୩ ରନ, ଲୋକେଶ ରାହୁଲ ୮୮ ରନ ଓ ଅଧିନାୟକ ବିରାଟ କୋହଲି ୫୧ ରନ କରିଥିଲେ । ଦୁଇ ଓପନର ପୃଥିବୀ ଶାହ ଓ ମୟଙ୍କ ଅଗ୍ରଓ୍ଵାଲ ଯଥାକ୍ରମେ ୨୦ ଓ ୩୨ ରନ କରିଥିଲେ ।

ଜବାବରେ ନ୍ୟୁଜିଲାଣ୍ଡ ଦଳ ୪୮.୧ ଓଭରରେ ବିଜୟ ଲକ୍ଷ୍ୟ ଅତିକ୍ରମ କରିବା ସହ ସିରିଜରେ ୧-୦ରେ ଅଗୁଆ ରହିଛି । ନ୍ୟୁଜିଲାଣ୍ଡର ଦୁଇ ଓପନର ମାର୍ଟିନ ଗପ୍ଟିଲ ଓ ହେନେରୀ ନିକୋଲସ ଦଳକୁ ଏକ ଦୃଢ ମୂଳଦୂଆ ପ୍ରଦାନ କରିଥିଲେ । ନିକୋଲସ ୭୮ ଓ ଗପ୍ଟିଲ ୩୨ରନ କରିଥିଲେ । ଟମ ଲିଥାମ ୬୯ ରନର ଯୋଗଦାନ ଦେଇଥିଲେ । ଭାରତ ପକ୍ଷରୁ କୁଳଦୀପ ଯାଦବ ୨ଟି, ମହମ୍ମଦ ସାମି ଓ ଶାର୍ଦ୍ଦୁଲ ଠାକୁର ଗୋଟିଏ ଲେଖାଏଁ ଓ୍ଵିକେଟ ନେଇଥିଲେ ।

Leave a Reply

Your email address will not be published. Required fields are marked *