ଗଛରେ ପିଟି ହେଲା ୧୦୮ ଆମ୍ବୁଲାନ୍ସ

ନୀଳଗିରି,୮।୨,ରୋଗୀଙ୍କୁ ଛାଡି ଆସୁଥିବାବେଳେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ ହୋଇ ଡ୍ରାଇଭର ଗୁରୁତର ହୋଇଛନ୍ତି।ବାଲେଶ୍ଵର ଜିଲ୍ଲା ସେରଗଡ଼ ନୀଳଗିରି ଉଦଳା ରାସ୍ତା ଆମ୍ବୁଡିହା ନିକଟରେ ଏଭଳି ଦୁର୍ଘଟଣା ଘଟିଛି।ଆମ୍ବୁଲାନ୍ସ ଟି ରୋଗୀ କୁ ଛାଡି ନୀଳଗିରି ଫେରୁଥିବା ବେଳେ ଭାରସାମ୍ୟ ହରାଇ ଆମ୍ବୁଡିହା ନିକଟରେ ଏକ ଗଛକୁ ବାଡେଇଥିଲା । ଡ୍ରାଇଭରଙ୍କ ସହ ଦୁଇଜଣ ଗୁରୁତର ଭାବେ ସ୍ଥାନୀୟ ଲୋକ ଓ ଦମକଳ ବାହିନୀ ଗାଡିରୁ ବାହାର କରି ନୀଳଗିରି ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ପରେ ସ୍ୱାସ୍ଥ୍ୟ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ଵର ମୁଖ୍ୟ ଡାକ୍ତରଖାନା ସ୍ଥାନାନ୍ତରିତ କରାଯାଇଛି। ଡ୍ରାଇଭର ଜଣକ ମିତ୍ରପୁର ଅଂଚଳର ଖଗେନ୍ଦ୍ର ମହାଳିକ ଓ ଅନ୍ୟଜଣେ ମୟୁରଭଞ୍ଜ ଜିଲ୍ଲା ଠାକୁରମୁଣ୍ଡା ଗ୍ରାମର ଯୋଗେଶ୍ୱର ମହନ୍ତ ବୋଲି ଜଣାପଡିଛି।ଡ୍ରାଇଭର ଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି

Leave a Reply

Your email address will not be published. Required fields are marked *