ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫% ବୃଦ୍ଧି

ଭୁବନେଶ୍ୱର,୧୪।୨ : ରାଜ୍ୟ ସରକାର ଶୁକ୍ରବାର ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୫% ବୃଦ୍ଧି କରିଛନ୍ତି। ଏହା ୨୦୨୦ ଜାନୁଆରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବା ନେଇ ଘୋଷଣା କରାଯାଇଛି।

ପ୍ରକାଶ ଯେ, ଗୁରୁବାର ରାଜ୍ୟ ସରକାର ସରକାରୀ କର୍ମଚାରୀ ସପ୍ତମ ବେତନ କମିଶନ ବକେୟା ୧୦% ଦରମା ପାଇବା ନେଇ ଘୋଷଣା କରିଥିଲେ। ପୂର୍ବରୁ ସରକାରୀ କର୍ମଚାରୀ ୪୦% ଏରିୟର ଟଙ୍କା ନେବା ସମୟରେ ରହିଥିବା ନିୟମ ଓ ସର୍ତ୍ତାବଳୀ ଅନୁଯାୟୀ ଏଥର ମଧ୍ୟ ସମାନ ନିୟମ ରହିବ। ଯେଉଁମାନେ ୪୦% ବକେୟା ଦରମା ପୂର୍ବରୁ ନେଇଥିବେ ସେହି କର୍ମଚାରୀମାନେ ହିଁ ବର୍ତ୍ତମାନ ଘୋଷଣା କରାଯାଇଥିବା ୧୦% ଅର୍ଥ ଉଠାଇପାରିବା କୁହାଯାଇଥିଲା। ଏହି ଘୋଷଣା ପରେ କର୍ମଚାରୀମାନେ ମହଙ୍ଗା ଭତ୍ତା ନ ମିଳିବା ନେଇ ଅସନ୍ତୁଷ୍ଟ ପ୍ରକାଶ କରିଥିଲେ। ଶେଷରେ ରାଜ୍ୟ ସରକାର ଭତ୍ତା ବୃଦ୍ଧି କରିଛନ୍ତି। ମହଙ୍ଗା ଭତ୍ତା ବୃଦ୍ଧି କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ସରକାରୀ କର୍ମଚାରୀଙ୍କୁ ଭେଟି ଦେଇଛନ୍ତି  ।

Leave a Reply

Your email address will not be published. Required fields are marked *