ଶିବରାତ୍ରିରେ ଅଘଟଣ : ପାହାଡ଼ରୁ ପଥର ଖସି ୧୫ ଶିବ ଭକ୍ତ ଗୁରୁତର

ରାଉରକେଲା ୨୧।୨: ଶିବରାତ୍ରିରେ ଅଘଟଣ । ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକର ହାତୀବାରି ଥାନା ଅନ୍ତର୍ଗତ ଜଟିଆବାବା ପାହାଡ଼ରୁ ପଥର ଖସି ୧୫ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି।  ଗୁରୁତରଙ୍କୁ ରାଉରକେଲା ସରକାରୀ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୫ ଜଣଙ୍କୁ ହାତୀବାରି ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।

ସୂଚନାଯୋଗ୍ୟ ଯେ, ଆଜି ମହାଶିବରାତ୍ରୀ ହୋଇଥିବାରୁ ଜଟିଆବାବା ପାହାଡରେ ଥିବା ଶିବ ମନ୍ଦିରରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ଭୀଡ ଲାଗି ରହିଥିଲା । ଜଟିଆ ବାବା ମନ୍ଦିରରେ ପୂଜାର୍ଚ୍ଚନା ଚାଲିଥିବା ସମୟରେ ପାହାଡରୁ ପଥର ଖସିପଡିଛି । ଫଳରେ ୧୫ ଜଣ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୫ ଜଣ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ରାଉରକେଲା ସରକାରୀ ହସ୍‌ପିଟାଲ୍‌କୁ ସ୍ଥାନାନ୍ତର କରାଯାଇଥିବା ବେଳେ ଅନ୍ୟ ୫ ଜଣଙ୍କୁ ହାତୀବାରି ସରକାରୀ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ ଦୁଇ ଜଣ ମହିଳା, ଦୁଇ ଜଣ ନାବାଳିକା ଓ ଦୁଇ ଜଣ ଶିଶୁ ଥିବା ଜଣାପଡ଼ିଛି। ତେବେ ପଥର ଖସିଥିବାର ସ୍ଥାନରେ ଆଉ କିଛି ଲୋକ ଫସି ରହିଥିବା ସୂଚନା ମିଳିଛି। ପୁଲିସ୍ ଓ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରୁଥିବା ଜଣାପଡ଼ିଛି। ଏହା ସହିତ ୬ଟି ଆମ୍ବୁଲାନ୍ସ ମଧ୍ୟ ଘଟଣାସ୍ଥଳକୁ ଯାଇଥିବା ସୂଚନା ରହିଛି।

Leave a Reply

Your email address will not be published. Required fields are marked *