ଡିଭାଇଡର ଡେଇଁ ଲାଇଟ୍ ପୋଷ୍ଟକୁ ବାଡେଇଲା କାର

ବାଲେଶ୍ଵର,୨୧।୦୨: ବାଲେଶ୍ଵର ସହରର ଆଇଟିଆଇ ଛକ ନିକଟରେ ଗୋଟିଏ କାର୍ ଡିଭାଇଡର ଡେଇଁ ଲାଇଟ୍ ପୋଷ୍ଟ ରେ ପିଟି ହୋଇ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ କାଳର ଡ୍ରାଇଭର ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ ଯେ, ଶୁକ୍ରବାର ଅପରାହ୍ନରେ କାରଟି ଆଇଟିଆଇ ଛକ ପଟୁ ବାଲେଶ୍ଵର ସହରକୁ ଆସୁଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଡ଼୍ରାଇଭରଙ୍କୁ କାର ଭିତରୁ ଉଦ୍ଧାର କରି ଆମ୍ବୁଲାନ୍ସ କୁ ଖବର ଦେଇଥିଲେ। ତେବେ ଏହି ଦୁର୍ଘଟଣା ରେ କାରର ସାମ୍ନା ପଟ କ୍ଷତିଗ୍ରସ୍ତ ହୋଇଥିବା ବେଳେ ଲାଇଟ୍ ପୋଷ୍ଟ ରୁ ଗୋଟିଏ ଏଲଇଡି ଲାଇଟ୍ ଖସିପଡିଛି।

Leave a Reply

Your email address will not be published. Required fields are marked *