ଚୋରୀ କରିବାକୁ ଆସି ମହିଳାଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ୬ ଗିରଫ

ରାଉରକେଲା,୨।୩ : ସୁନ୍ଦରଗଡ଼ ଜିଲ୍ଲାର ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ ଘଟଣାରେ ପୁଲିସ୍‌ ୬ ଜଣଙ୍କୁ ଗିରଫ କରିଛି। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ ଏବେବି ଫେରାର ରହିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ପେଶାଦାର ଅପରାଧୀ ଏବଂ ବହୁ ଡକାୟତି ମାମଲାରେ ଜଡ଼ିତ ଥିବା ପୁଲିସ ତଦନ୍ତରୁ ଜଣାପଡ଼ିଛି।

ସୂଚନାଯୋଗ୍ୟ, ଗତ ରବିବାର ରାତିରେ ୭ ଜଣ ଡକାୟତ ଚୋରି କରିବା ଉଦ୍ଦେଶ୍ୟରେ ମାରଣାସ୍ତ୍ର ଧରି  ଏକ ପଥର କ୍ରସରରେ ପଶିଥିଲେ। କ୍ରସରରେ ଥିବା କେୟାର ଟେକର ସେଠାରେ ସେଠାରେ ନିଜ ସ୍ତ୍ରୀଙ୍କ ସହିତ ରହୁଥିଲେ । ତେବେ ସ୍ବାମୀ ତଳେ ଶୋଇଥିବା ବେଳେ ସ୍ତ୍ରୀ ଉପର ମହଲାରେ ଶୋଇଥିଲେ । ମହିଳାଙ୍କୁ ଏକୁଟିଆ ପାଇ ଡକାୟତମାନେ ଗଣଦୁଷ୍କର୍ମ କରିଥିଲେ। ପରେ ସେମାନେ ଲକ୍ଷାଧିକ ଟଙ୍କାର ସାମଗ୍ରୀ ଚୋରି କରି ନେଇଯାଇଥିବା ଅଭିଯୋଗ ହୋଇଥିଲା।

ଗତ ମଙ୍ଗଳବାର ବ୍ରାହ୍ମଣୀ ତରଙ୍ଗ ଥାନାରେ ଏନେଇ କେୟାର ଟେକର ଅଭିଯୋଗ କରିଥିଲେ। ଏହାପରେ ପୁଲିସ ଉକ୍ତ ଦୁଷ୍କର୍ମକାରୀମାନଙ୍କୁ ଧରିବା ଲାଗି ତନାଘନା ଚଳାଇଥିଲା। ରବିବାର ଦିନ ପୋଲିସ ୭ ଡକାୟତଙ୍କ ମଧ୍ୟରୁ ୬ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି। ସାତ ଅଭଯକ୍ତମାନେ ହେଲେ ନବୀନ ଲାକ୍ରା, ରାନେଇ ଏକ୍କା, ସନ୍ଦୀପ ସୋନକାର, ମଞ୍ଜିତ ଚୌହାନ, ଆନନ୍ଦ ଗୌଡ଼, ଅଜିତ କିଶାନ ଏବଂ ବିନୋଦ କୁଜୁର। ଗିରଫ ଛଅ ଅଭିଯୁକ୍ତଙ୍କୁ ସୋମବାର ଦିନ ପୁଲିସ କୋର୍ଟ ଚାଲାଣ କରିଥିବା ଜଣାପଡିଛି।

Leave a Reply

Your email address will not be published. Required fields are marked *