କରୋନା ପାଇଁ ବଞ୍ଚିଗଲା ମଧ୍ୟପ୍ରଦେଶରେ କମଲନାଥ ସରକାର

ଭୋପାଳ,୧୬।୩: ମଧ୍ୟପ୍ରଦେଶରେ କମଲନାଥ ସରକାରକୁ ବଞ୍ଚାଇଲା କରୋନା । କରୋନା ପାଇଁ ସାରା ଦେଶରେ ସ୍ଥିତି ଗମ୍ଭୀର ଥିବାରୁ ମଧ୍ୟପ୍ରଦେଶ ବିଧାନସଭାରେ ଫ୍ଲୋର ଟେଷ୍ଟ ପୂର୍ବରୁ ବାଚସ୍ପତି ବିଧାନସଭାକୁ ୨୬ ମାର୍ଚ୍ଚ ପର୍ଯ୍ୟନ୍ତ ସ୍ଥଗିତ କରି ଦେଇଛନ୍ତି। ତେଣୁ କମଲନାଥ ସରକାର ଏବେ ଆଉ ବହୁମତ ସାବ୍ୟସ୍ତ କରିବାର ପ୍ରଶ୍ନ ଉଠୁନାହିଁ।

ସୂଚନାଯୋଗ୍ୟ, କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳ ଛାଡି ଭାଜପାରେ ଯୋଗ ଦେବା ପରେ କଂଗ୍ରେସର ଆଉ ୨୨ ବିଧାୟକ ଦଳ ଛାଡିବାକୁ ନେଇ ଇସ୍ତଫା ପତ୍ର ପ୍ରଦାନ କରିଥିଲେ। ଏହାପରେ ବିରୋଧୀ କଂଗ୍ରେସର କମଲନାଥ ସରକାରଙ୍କୁ ବହୁମତ ସାବ୍ୟସ୍ତ କରିବାକୁ ବିଜେପି ଦାବି କରିଥିଲା। ସୋମବାର କମଲନାଥ ସରକାରଙ୍କୁ ବିଧାନସଭାରେ ବହୁମତ ସାବ୍ୟସ୍ତ କରିବାକୁ ରାଜ୍ୟପାଳ କହିଥିଲେ। ଆଜି କମଲନାଥ ସରକାର ବହୁମତ ସାବ୍ୟସ୍ତ କରିବାର ଥିଲା। ହେଲେ ସାରା ଦେଶରେ କରୋନାର ସ୍ଥିତି ସାଂଘାତିକ ଥିବା ବେଳେ କୋରୋନା ଲାଗି ବିଧାନସଭାକୁ ମାର୍ଚ୍ଚ ୨୬ ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରାଯାଇଛି । ସେପଟେ ମଧ୍ୟପ୍ରଦେଶ ବିଧାନସଭାରେ ଫ୍ଲୋରଟେଷ୍ଟ(ବହୁମତ ପରୀକ୍ଷା) କରିବା ନେଇ ବିଜେପି ସୁପ୍ରିମକୋର୍ଟଙ୍କ ଦ୍ବାରସ୍ଥ ହୋଇଛି ।

Leave a Reply

Your email address will not be published. Required fields are marked *