ଗଛରେ ପିଟିହେଲା ବାଇକ୍, ଦୁଇ ମୃତ

ବାରିପଦା,୧୬।୩ : ମୟୁରଭଂଜ ଜିଲ୍ଲା କପ୍ତିପଦା ଥାନା ଅଧିନ ନେଦାମ ଛକରେ ସୋମବାର ଗୋଟିଏ ବାଇକ୍ ଗଛରେ ପିଟି ହେବାରୁ ଦୁଇ ଜଣଙ୍କର ମୃତ୍ୟୁ ଘଟିଛି । ସୂଚନା ଅନୁସାରେ , ଉଦଳା ଥାନା ଅଧିନ ପାଟପୁର ଗ୍ରାମର ମନୋଜ ଖଣ୍ଡେଇ ତାଙ୍କର ଦୁଇ ସାଙ୍ଗଙ୍କ ସହିତ ବାଇକରେ କୌଣସି କାମ ନିମନ୍ତେ ଶରତ ଥାନା ଅଧିନ କଟୁରିଆ ଗ୍ରାମକୁ ଯାଇଥିଲେ । ସେଠାରୁ ଫେରିବା ସମୟରେ ନେଦାମ ଛକ ନିକଟରେ ଭାରସାମ୍ୟ ହରାଇ ବାଇକଟି ଏକ ଗଛରେ ପିଟି ହୋଇଥିଲା ଘଟଣା ସ୍ଥଳରେ ମନୋଜଙ୍କ ସହିତ ତାଙ୍କର ଜଣେ ସାଙ୍ଗ ମଙ୍ଗୁଳୁ ଖଣ୍ଡେଇଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା । ତାଙ୍କର ଅନ୍ୟ ଜଣେ ସାଙ୍ଗ ସୁରକ୍ଷିତ ଥିବା ଜଣାପଡିଛି । ଖବର ପାଇ କପ୍ତିପଦା ପୋଲିସ ଘଟଣାସ୍ଥଳରେ ପହଁଚି ବାଇକକୁ ଜବତ କରିବା ସହିତ ଦୁଇ ମୃତଦେହକୁ ବ୍ୟବଛେଦ ନିମନ୍ତେ ଉଦଳା ଡାକ୍ତରଖାନାକୁ ପଠାଇଥିଲା । ପୋଲିସ ଏନେଇ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

Leave a Reply

Your email address will not be published. Required fields are marked *