ପୋଖରୀରେ ବିଷ, ମରି ଭାସିଲେ ଲକ୍ଷାଧିକ ଟଙ୍କାର ମାଛ

ସୋର, ୧୭।୩ : ( ତାଜୁଦ୍ଦିନ) ବାଲେଶ୍ବର ଜିଲ୍ଲା ସୋର ବ୍ଲକ ପାଖର ପଂଚାୟତର ସିତାପୁର ଗ୍ରାମର ଚାନ୍ଦୁଆ ପୋଖରିରେ କେହି ବିଷ ପକାଇ ଦେବାରୁ ଲକ୍ଷାଧିକ ଟଙ୍କାର ମାଛ ନଷ୍ଟ ହୋଇଛି। ଖବର ନେବାରୁ ଜଣାପଡିଛି ଯେ ଏହି ଗ୍ରାମର ଅର୍ଜୁନ ମହାଳିକ ପଂଚାୟତରୁ ୩ ବର୍ଷ ପାଇଁ  ଲିଜ ସୁତ୍ରରେ ନିଲାମ ନେବା ସହ ମାଛ ଚାଷ କରୁଥିଲେ। ମାତ୍ର କେହି ବ୍ୟକ୍ତି ପୋଖରିରେ ବିଷ ପକାଇ ଦେବାରୁ ଲକ୍ଷାଧିକ ଟଙ୍କାର ମାଛ ମରିଯିବା ସହ ଏହି ପୋଖରି ପାଣିକୁ ବ୍ୟବହାର କରୁଥିବା ଲୋକ ବିଭିନ୍ନ ସମସ୍ୟାରେ ପଡୁଛନ୍ତି। ଏହି ବିଷୟରେ ଅର୍ଜୁନ ସୋର ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

Leave a Reply

Your email address will not be published. Required fields are marked *