ଡେରିରେ ପହଞ୍ଚିବାରୁ ପୋଲିସକୁ ଟଣାଓଟରା

ସୋର, ୧୭।୩ : ( ତାଜୁଦ୍ଦିନ) ବାଲେଶ୍ବର ଜିଲ୍ଲା ବାହାନଗା ବ୍ଲକ କୁରୁଡା ଗ୍ରାମରେ ଥିବା ପରିତ୍ୟକ୍ତ ଗାଡିଆରୁ ଏକ ଅଜଣା ମୃତ ଦେହ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ, ମଙ୍ଗଳବାର ସକାଳେ କୁରୁଡା ଗ୍ରାମରେ ଥିବା ହନୁମାନ ମନ୍ଦିର ପାଖରେ ଥିବା ଗାଡିଆ ପାଖରେ ଦୁର୍ଗନ୍ଧ ହୋଇଥିଲା ।  ସ୍ଥାନୀୟ ଲୋକେ ସେଠାକୁ ଯାଇ ଏକ ମୃତ ଦେହ ଗାଡିଆରେ ମୁଁହ ମାଡି ପଡିଥିବାର ଦେଖିବାକୁ ପାଇଥିଲେ। ସେମାନେ ସାଉଡ ଫାଣ୍ଡି ଓ ସୋର ଥାନାକୁ ଖବର କରିଥିଲେ ମଧ୍ୟ ଘଟଣାସ୍ଥଳକୁ ପୁଲିସ ଆସିବାରେ ବହୁ ବିଳମ୍ବ କରିବାରୁ ଉତ୍ତ୍ୟକ୍ତ ସ୍ଥାନୀୟ ଲୋକ କୁରୁଡା ରାସ୍ତାରେ ଟାୟାର ଜାଳି ରାସ୍ତା ଅବରୋଧ କରିଥିଲେ ।  ଏହାସହ ଘଟଣାସ୍ଥଳକୁ ଆସିଥିବା ଜଣେ ପୁଲିସ କର୍ମଚାରୀଙ୍କୁ ଉତ୍ୟକ୍ତ ଲୋକେ ଟଣା ଓଟରା କରିବା ସହିତ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିଥିଲେ ।   ଏହାସହ ତାଙ୍କ ଡ୍ରେସର କାନ୍ଧ ପଟି ଛିଡାଇ ଦେଇଥିଲେ।

Leave a Reply

Your email address will not be published. Required fields are marked *