କୁଳଡ଼ିହା ଅଭୟାରଣ୍ୟରୁ ବନ୍ଧୁକ ଓ ଗୋଳାବାରୁଦ ସହ ଶିକାରୀ ଗିରଫ

ନୀଳଗିରି, ୨୧।୩: ବାଲେଶ୍ଵର ଜିଲ୍ଲା ନୀଳଗିରି କୁଳଡ଼ିହା ଅଭୟରଣ୍ୟ ଛାମୁଆ ଅଂଚଳରୁ ବନ ବିଭାଗ ବନ୍ଧୁକ ,ବାରୁଦ ଓ ମାରଣାସ୍ତ୍ର ଜବତ କରିବା ସହିତ ଜଣେ ଶିକାରୀଙ୍କୁ ଗିରଫ କରିଛି । ଏହି ଚଢାଉ ସମୟରେ ଆଉ ୨ ଜଣ ଶିକାରୀ ଫେରାର ହୋଇଥିବା ଜଣାପଡିଛି।

ସୂଚନା ଅନୁସାରେ , ଶୁକ୍ରବାର ରାତି ପ୍ରାୟ ଦେଢ଼ଟା ସମୟରେ ପଂଚାଲିଙ୍ଗେଶ୍ୱର ସେକ୍ସନ ସନ୍ତରାଗଡ଼ିଆ ବିଟ ଅଧିନ ଛାମୁଆ ଅଂଚଳରେ କିଛି ଶିକାରୀ ଅବାଧ ଶିକାର କରିବାକୁ ପ୍ରବେଶ କରିଥିଲେ । ବିଶେଷ ସୂତ୍ରରୁ ଖବର ପାଇଁ କୁଳଡ଼ିହା ଫରେଷ୍ଟର ରାମେଶ୍ୱର ମୁର୍ମୁ, ଫରେଷ୍ଟଗାର୍ଡ ଜ୍ୟୋସ୍ନାରାଣୀ ଦତ୍ତ ଓ ସବୁଜବାହିନୀ ଅତର୍କିତ ଚଢ଼ାଉ କରିଥିଲେ। ଏହି ଚଢାଉ ସମୟରେ ଔପଦା ବ୍ଲକ ଅଧିନ କାଣ୍ଡଗରଡ଼ିହି ପଞ୍ଚାୟତ ଖୋଲିଆ ଗ୍ରାମର ଶୀତଲ ସିଂ ନାମକ ଶିକାରୀ ଗିରଫ ହୋଇଥିବା ବେଳେ ଆଉ ଦୁଇଜଣ ଖସି ପଳାଇଯିବାରେ ସକ୍ଷମ ହୋଇଥିଲେ। ଗିରଫ ଶିକାରୀ ପାଖରୁ ଏକ ଦେଶୀ ବନ୍ଧୁକ, ଲାଲ ଓ କଳା ଗୋଳାବାରୁଦ ,ଏକ ଟର୍ଚ୍ଚ ଲାଇଟ ଓ ମାରଣାସ୍ତ୍ର ଜବତ କରାଯାଇଛି। ଏନେଇ ବନବିଭାଗ ଏକ ମାମଲା ରୁଜୁକରି ଗିରଫ ଶିକାରୀ କୁ କୋର୍ଟ ଚାଲାଣ କରିଛି।

Leave a Reply

Your email address will not be published. Required fields are marked *