ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ସମସ୍ତ ଟ୍ରେନ ବାତିଲ୍

ନୂଆଦିଲ୍ଲୀ,୨୨।୩: ଘାତକ କରୋନା ଭୂତାଣୁର ପ୍ରତିକାର ପାଇଁ ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ଦେଶରେ ସମସ୍ତ ଯାତ୍ରୀବାହୀ ଟ୍ରେନ ଚଳାଚଳ ବାତିଲ କରାଯାଇଛି । ଏହି ସମୟ ମଧ୍ୟରେ ସମସ୍ତ ଏକ୍ସପ୍ରେସ, ପ୍ରିମିୟମ, ମେଲ୍ ଓ ପାସେଞ୍ଜର ଟ୍ରେନ ବନ୍ଦ ରହିବ । ୨୨ ତାରିଖ ସକାଳ ୪ଟାରୁ ଯେଉଁ ଟ୍ରେନମାନେ ତାଙ୍କର ଯାତ୍ରା ଆରମ୍ଭ କରିଛନ୍ତି, ସେମାନେ ତାଙ୍କର ଗନ୍ତବ୍ୟସ୍ଥଳ ପହଞ୍ଚିବା ପରେ ତାକୁ ମଧ୍ୟ ବନ୍ଦ କରିଦିଆଯିବ । ଏହି ସମୟରେ କିନ୍ତୁ ଜରୁରୀ ସାମଗ୍ରୀ ନେଇ ଯିବା ଆସିବା କରୁଥିବା ମାଲବାହୀ ଟ୍ରେନ ଚଳାଚଳ କରିପାରିବେ ବୋଲି ପିଆଇବି ସୂତ୍ରରୁ ପ୍ରକାଶ । ବର୍ତ୍ତମାନ ଦେଶରେ କେବଳ ୪୦୦ମେଲ୍ ଏକ୍ସପ୍ରେସ୍ ଚାଲୁଛି।

Leave a Reply

Your email address will not be published. Required fields are marked *