ସ୍ୱାଧୀନତା ସଂଗ୍ରାମୀ ରତ୍ନାକର ଚୌଧୁରୀଙ୍କ ଦେହାନ୍ତ

ନୀଳଗିରି ୨୩।୦୩: ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ଅଧିନ ବରମପୁର ଅଞ୍ଚଳରେ ସ୍ୱାଧୀନତା ସଂଗ୍ରାମୀ ରତ୍ନାକର ଚୌଧୁରୀ ଙ୍କ ଦେହାନ୍ତ ହୋଇଛି। ବରମପୁର ଗ୍ରାମର ସ୍ବର୍ଗତ ଅନ୍ତର୍ଯ୍ୟାମି ଚୌଧୁରୀଙ୍କ ପୁଅ ରତ୍ନାକରଙ୍କ ଦେଶ ସ୍ୱାଧୀନତାରେ ତାଙ୍କର ବହୁ ଭୂମିକା ଥିଲା। ୧୫ ଦିନ ଧରି ସେ ମସ୍ତିଷ୍କ ଜନିତ ରୋଗ କାରଣରୁ ପାରାଲିସିସ ରୋଗରେ ଆକ୍ରାନ୍ତ ହୋଇଥିଲେ । ତାଙ୍କୁ ବାଲେଶ୍ୱର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଥିବା ବେଳେ ତାଙ୍କର ମୃତ୍ୟୁ ଘଟିଛି । ସେ ଜଣେ ପରୋପକାରୀ ,ଧାର୍ମିକ ପରାୟଣ ବ୍ୟକ୍ତି ଥିବାରୁ ତାଂକ ମୃତ୍ୟୁରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି । ତାଙ୍କୁ ପ୍ରଶାସନ ତରଫରୁ ରାଷ୍ଟ୍ରୀୟ ମର୍ଯ୍ୟାଦା ଦିଆଯାଇଛି।

Leave a Reply

Your email address will not be published. Required fields are marked *