କୁଳଡିହା ଅଭୟାରଣ୍ୟରୁ ଦୁଇଟି ବନ୍ଧୁକ ସହିତ ଶିକାରୀ ଗିରଫ

ନୀଳଗିରି ୨୩।୦୩: ବାଲେଶ୍ବର ଜିଲ୍ଲା କୁଳଡିହା ଅଭୟାରଣ୍ୟରୁ ଦୁଇଟି ଦେଶୀ ବନ୍ଧୁକ ଜବତ କରାଯିବା ସହିତ ଜଣେ ଶିକାରୀଙ୍କୁ ଗିରଫ କରାଯାଇଛି। 

ସୂଚନା ଅନୁସାରେ, କୁଳଡିହା ବନବିଭାଗ ଅଧିନ ବାବନ୍ଧ ବିଟ ହାଉସ ଅଧିନ ଡେଊଂଚଘାଟି ଅଞ୍ଚଳରେ ସୋମବାର ସକାଳେ ବନ ବିଭାଗ ଚଢାଉ କରି ଜଣେ ଶିକାରୀକୁ ଗିରଫ ଗିରଫ କରିଛି ।  ଏହି ଚଢାଉ ସମୟରେ ଅନ୍ୟ ଜଣେ ଶିକାରୀ ଖସି ପଳାଇଯାଇଥିବା ଜଣାପଡିଛି। ଗିରଫ ଶିକାରୀ ହେଲେ ବାବନ୍ଧ ଅଞ୍ଚଳର ପବନା ସିଂ। ତାଙ୍କ ପାଖରୁ ଗୋଟିଏ ଦେଶୀ ବନ୍ଧୁକ ଓ ଖସି ପଳେଇଥିବା ଶିକାରୀ ଛାଡି ଯାଇଥିବା ଗୋଟିଏ ବନ୍ଧୁକ ବନ ବିଭାଗ ଜବତ କରିଛି । ତେବେ ବିଭିନ୍ନ ଚେକପୋଷ୍ଟ ଓ ଜଙ୍ଗଲ ଭିତରେ କର୍ମଚାରୀ ଅବହେଳା ଯୋଗୁ ଜଙ୍ଗଲ ଭିତରକୁ ଶିକାରୀ ପ୍ରବେଶ କରୁଥିବା ଅଭିଯୋଗ ହେଉଛି।

Leave a Reply

Your email address will not be published. Required fields are marked *