ଆସନ୍ତା ୨୧ ଦିନ ପାଇଁ ସମ୍ପୁର୍ଣ୍ଣ ଭାରତ ଲକ୍ ଡାଉନ୍

ନୂଆଦିଲ୍ଲୀ, ୨୪।୩ : ମଙ୍ଗଳବାର ରାତି ୧୨ଟାରୁ ସମଗ୍ର ଦେଶକୁ ୨୧ ଦିନ ପାଇଁ ଲକ ଡାଉନ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେଦ୍ର ମୋଦୀ । ଆଜି ପ୍ରଧାନମନ୍ତ୍ରୀ ମୋଦୀ ଦେଶକୁ ସମ୍ବୋଧିତ କରି ଏହି ସଂଦେଶ ଦେଇଛନ୍ତି। ସମସ୍ତେ ଏହି ଲକ୍ ଡାଉନ ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବେ। ଯଦି କେହି ଏହାକୁ ଅମାନ୍ୟ କରିବ, ତା’ହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

କରୋନାର ମୁକାବିଲା ପାଇଁ ଭାରତ ସରକାର ବାଧ୍ୟ ହୋଇ ସମଗ୍ର ଦେଶକୁ ଲକ ଡାଉନ କରିବାକୁ ନିଷ୍ପତ୍ତି ନେଇଥିବା ସେ କହିଛନ୍ତି। ସମସ୍ତେ ଘରେ ରହିଲେ ଏହି ମହାମାରିର ମୁକାବିଲା କରାଯାଇପାରିବ । କରୋନା ଯେଉଁଭଳି ମହାମାରୀ ରୂପ ଧାରଣ କରିଛନ୍ତି,  ଯଦି ୨୧ ଦିନ ଆମେ ଘରେ ନ ରହିବା, ତା’ହେଲେ ଦେଶ ୨୧ ବର୍ଷ ପଛକୁ ଚାଲିଯିବ।  ତେଣୁ କରୋନାର ମୁକାବିଲା ପାଇଁ ଏଭଳି କଠୋର ପଦକ୍ଷେପ ଜରୁରୀ ଥିଲା। ଯିଏ ଯେଉଁଠି ରହିଛନ୍ତି, ଏବେ ସେଇଠାରେ ହିଁ ରହିଥାନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

Leave a Reply

Your email address will not be published. Required fields are marked *