ରାଜ୍ୟ ବାହାରୁ ଆସିଥିବା ୬୪୪୨ ଲୋକଙ୍କ ହେଲା ସ୍ୱାସ୍ଥ୍ୟ ପରୀକ୍ଷା

ବାଲେଶ୍ୱର, ୨୫ା୦୩ : ଆଜି ସୁଦ୍ଧା ବାଲେଶ୍ୱର ଜିଲ୍ଲାରେ ରାଜ୍ୟ ବାହାରୁ ଆସିଥିବା ମୋଟ ୬୪୪୨ ଜଣ ଲୋକଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରା ଯାଇଛି । ସେଥି ମଧ୍ୟରୁ ବିଦେଶରୁ ଆସିଥିବା ୧୪୧ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରା ଯାଇଥିବାବେଳେ ଏପର୍ଯ୍ୟନ୍ତ କାହାରି ପାଖରେ କରୋନା ଭାଇରସ୍ ବାହାରିନଥିବା ଜଣାପଡିଛି । ଗତକାଲି ଗୋଟିଏ ଦିନରେ ବିଦେଶରୁ ଆସିଥିବା ୫ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରା ଯାଇଥିବାବେଳେ ରାଜ୍ୟ ବାହାରୁ ଆସିଥିବା ୧୯୦୯ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିବା ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave a Reply

Your email address will not be published. Required fields are marked *