ଡାକ୍ତର ଓ ମେଡିକାଲ କର୍ମଚାରୀଙ୍କୁ ମିଳିବ ଆଗୁଆ ୪ମାସର ଦରମା

ଭୁବନେଶ୍ଵର ୨୫।୦୩: ସ୍ବାସ୍ଥ୍ୟ ସେବାରେ ନିୟୋଜିତ ସମସ୍ତ ଡାକ୍ତର, ନର୍ସଙ୍କ ସମେତ ସମସ୍ତ ସ୍ୱାସ୍ଥ୍ୟକର୍ମଚାରୀଙ୍କୁ ଆଗୁଆ ଚାରିମାସର ଦରମା ଦିଆଯିବ । ଏପ୍ରିଲ, ମେ, ଜୁନ ଓ ଜୁଲାଇ ମାସର ଏକକାଳୀନ ଦରମା ଏପ୍ରିଲ ଦରମାରେ ପ୍ରଦାନ କରିବାକୁ ଘୋଷଣା କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘୋଷଣା କରିଛନ୍ତି । ଏମାନଙ୍କ ମଧ୍ୟରେ ଡାକ୍ତର, ପାରା ମେଡିକଲ, ହେଲଥ କେୟାର ଷ୍ଟାଫ ରହିଛନ୍ତି । ସେହିପରି ସ୍ବାସ୍ଥ୍ୟ ସେବା ସହିତ ଜଡିତ କର୍ମଚାରୀଙ୍କୁ “ଫାଷ୍ଟ ଲାଇନ୍‌ ଅଫ୍‌ ଡିଫେନ୍ସ ” ବୋଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ସେମାନଙ୍କ କାର୍ଯ୍ୟ ଓ ତ୍ୟାଗର ପ୍ରଶଂସା କରିଛନ୍ତି । ସେମାନଙ୍କୁ ଅଗ୍ରୀମ ବେତନ ସହ ସୁରକ୍ଷା ଦେବାକୁ ଘୋଷଣା କରିଛନ୍ତି ।  ଯଦି କେହି ଦୁର୍ବ୍ୟବହାର କରନ୍ତି ସେମାନଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

Leave a Reply

Your email address will not be published. Required fields are marked *