ଖୋଲା ରହିବ ରାଜପଥ ପାର୍ଶ୍ବ ଢାବା

ଭୂବନେଶ୍ବର, ୨୬।୦୩: କରୋନା ଭୂତାଣୁ ସଂକ୍ରମଣ ରୋକିବାକୁ ସମଗ୍ର ଦେଶରେ ଲଗାଯାଇଥିବା ଲକ୍‌ଡାଉନ୍‌ ବେଳେ ରାଜ୍ୟ ରାଜପଥ ଓ ଜାତୀୟ ରାଜପଥ ପାର୍ଶ୍ୱରେ ଥିବା ଢାବା, ଗ୍ୟାରେଜ ଓ ପାର୍ଟସ ଦୋକାନ ଖୋଲା ରହିବ। ଏହା ଦ୍ବାରା ମାଲବାହୀ ଯାନର ଗମନାଗମନରେ ଅସୁବିଧା ହେବ ନାହିଁ। ଅତ୍ୟାବଶ୍ୟକୀୟ ସାମଗ୍ରୀ ର କଳାବଜାରୀ ଓ ଦରବୃଦ୍ଧିକୁ ରୋକିବା ପାଇଁ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ପ୍ରମୁଖ ସଚିବ ପ୍ରଦୀପ ଜେନା ଏଥିପାଇଁ ରାଜ୍ୟର ସବୁ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଚିଠି ଲେଖିଛନ୍ତି ।

Leave a Reply

Your email address will not be published. Required fields are marked *