ଆଳୁ ଗୋଦାମ ଉପରେ ଚଢାଉ

ସୋର, ୨୫। ୦୩ : ( ତାଜୁଦ୍ଦିନ) କରୋନା ଭୂତାଣୁ ପାଇଁ  ହୋଇଥିବା ଦେଶବ୍ୟପୀ ଲକ୍ ଡାଉନର ଫାଇଦା ନେଇ ବାଲେଶ୍ବର ଜିଲ୍ଲାର ବିଭିନ୍ନ ସ୍ଥାନରେ ଅସାଧୁ ବ୍ୟବସାୟୀମାନେ ଚଢା ଦରରେ ଆଳୁ ପିଆଜ ବିକ୍ରି କରୁଥବା ଦେଖିବାକୁ ମିଳିଥିଲା। ଖବର ପାଇ ବାହାନଗା ତହସିଲଦାର ଗୋପାଳପୁର ବଜାରରେ ଚଢାଉ କରିଛନ୍ତି । ସେହିପରି ସୋର ପୌରପାଳିକା ନିର୍ବାହି ଅଧିକାରୀ ରାକେଶ ପଣ୍ଡାଙ୍କ ନେତୃତ୍ବରେ ସୋର ପୁଲିସ ଓ ଯୋଗାଣ ଅଧିକାରୀ ସୋରର ଉତ୍ତରେଶ୍ବର, କଲେଜଛକ ଓ ସୋର ବଜାରରେ ଥିବା ଗୋଦାମରେ ଚଢାଉ କରାଯାଇଛି । ସେମାନଙ୍କୁ ଉଚିତ ମୁଲ୍ୟରେ ଆଳୁ ପିଆଜ ବିକ୍ରି କରିବା ପାଇଁ ନିର୍ଦ୍ଦେଶ ଦିଆଯିବା ସହ ଆବଶ୍ୟକତା  ଅନୁସାରେ ସାମଗ୍ରୀ କିଣିବାକୁ ଲୋକଙ୍କୁ ଅନୁରୋଧ କରିଥିଲେ ।

Leave a Reply

Your email address will not be published. Required fields are marked *